ନିର୍ମାଣଧିନ କୋଠା ପାଣି ଟାଙ୍କିରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର

Published By : Prameya-News7 Bureau | December 08, 2018 IST

କଟକ ୮|୧୨: କଟକ ନିମସାହିର ଏକ ନିର୍ମାଣାଧିନ କୋଠା ପାଣି ଟାଙ୍କିରୁଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ହେଲେ ନିମସାହିର ଦୟାନିଧି ମହାରଣା ।ଗତକାଲିଠାରୁ ଦୟାନିଧି ନିଖୋଜ ଥିଲେ ।ଘର ଲୋକ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିଥିଲେ ବି ପାଇନଥିଲେ ।ଆଜିସକାଳୁ ଦୟାନିଧିଙ୍କ ଘର ଲୋକେ ପାଖରେ ତିଆରି ହେଉଥିବା ଏକ ତିନି ମହଲା କୋଠା ଛାତ ଉପର ଖୋଜାଖୋଜି କରିବା ବେଳେ ପାଣି ଟାଙ୍କିରେ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ ।ପୁରୀଘାଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି ।ଦୟାନିଧିଙ୍କ ବେକରେ ଏକ କଟା ଦାଗ ମଧ୍ୟ ଦେଖିବାକୁ ମିଳିଛି ।ଦୁଇ ଦିନ ପୂର୍ବରୁ ସାହିରେ ଏକ ଗଣ୍ଡଗୋଳକୁ କେନ୍ଦ୍ର କରି ଦୟାନିଧିଙ୍କ ନାଁରେ ପୁରୀଘାଟ ଥାନାରେ ଏଫଆଇ ଆର ହୋଇଥିଲା ।ଗିରଫଦାରି ଭୟରେ ଦୟାନିଧି ଅତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଲୋକେ ସନ୍ଦେହ କରୁଥିବା ବେଳେ, ଆଉ କିଛି ଲୋକ ଏପରି ଭାବେ ମୃତଦେହ ମିଳିବାକୁ ନେଇ ହତ୍ୟା ସନ୍ଦେହ କରିଛନ୍ତି ।ପୁରୀଘାଟ ଥାନା ପୋଲିସ ମୃତକଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.