ଟିଟିଲାଗଡ଼ ସାତବହନି ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର
9/09/2018 at 1:02 PM

ଟିଟିଲାଗଡ଼ ୯/୯ : ଟିଟିଲାଗଡ଼ ଥାନା ଅନ୍ତର୍ଗତ ଗୁଲୁମୀ ନିକଟସ୍ଥ ସାତବହନି ଜଙ୍ଗଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଜଙ୍ଗଲରେ ଥିବା ଏକ ପୋଲ ତଳ ନାଳରୁ ମୃତଦେହ ଠାବ କରାଯାଇଛି । ମୃତ ଯୁବକଙ୍କ ପରିଚୟ ମିଲିପାରିନାହିଁ । ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରି ଆଣି ଫୋପାଡ଼ି ଦେଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।ଘଟଣାସ୍ଥଳରେ ଟିଟଲାଗଡ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ଗତ ମାସେ ତଳେ ଏହି ଜଙ୍ଗଲରୁ ଜଣେ ବିବାହିତ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ତେବେ ପ୍ରାଥମିକ ତଦନ୍ତରୁ ମୃତକଙ୍କ ଦେହରୁ ପୋଲିସ କୌଣସି କ୍ଷତ ଚିହ୍ନ ପାଇନଥିବା ସୂଚନା ମିଳିଛି |
Related Posts
ଇଡିରେ ହାଜର ହେଲେ ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକ
22 May 2022