ଯୁବ ଔଷଧ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ

Published By : Prameya-News7 Bureau | September 20, 2019 IST

ସୁବର୍ଣ୍ଣପୁର ୨୦।୯: ଯୁବ ଔଷଧ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ । ମୃତ ଯୁବ ବ୍ୟବସାୟୀ ଜଣକ ହେଲେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ଖଣ୍ଡହତା ପଂଚାୟତ ପୁଇପାନ ଗାଁର ପ୍ରଦୀପ ବିଶ୍ୱାଳ । ଖଣ୍ଡହତା ଗାଁରେ ପ୍ରଦୀପଙ୍କ ଏକ ଔଷଧ ଦୋକାନ ରହିଥିବାବେଳେ ସବୁଦିନ ଭଳି ଗତକାଲି ମଧ୍ୟ ରାତି ୧୦ଟା ଦୋକାନ ବନ୍ଦ କରି ପ୍ରଦୀପ ନିଜ ଗାଁ ପୁଇପାନକୁ ବାହାରିଥିଲେ ।

ତେବେ ରାତି ୧୨ ଟା ପର୍ଯ୍ୟନ୍ତ ଘରକୁ ନପହଂଚିବାରୁ ପରିବାର ଲୋକ ଖୋଜାଖୋଜି କରି ପୁଇପାନ ଗାଁ ନିକଟ ରାସ୍ତରେ ବାଇକ୍ ସହ ପଡିଥିବା ଅବସ୍ଥାରେ ପ୍ରଦୀପଙ୍କୁ ପାଇଥିଲେ । ତୁରନ୍ତ ତାଙ୍କୁ ସୋନପୁର ଡାକ୍ତରଖାନକୁ ଅଣାଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ପ୍ରଦୀପ ବିଜୁ ଜନତା ଦଳର ଜଣେ ସକ୍ରୀୟ ସଦସ୍ୟ ରହିଥିବାବେଳେ ଖଣ୍ଡହତା ସେବା ସମବାୟ ସମିତିର ସଭାପତି ଏବଂ କେନ୍ଦୁପତ୍ର ସଂଘର ସଭାପତି ରହିଛନ୍ତି । ଏହା ପୂର୍ବରୁ ପ୍ରଦୀପଙ୍କ ପତ୍ନୀ ବୀରମହାରାଜପୁର ବ୍ଲକର ଉପାଧ୍ୟକ୍ଷ ଏବଂ ତାଙ୍କ ଭାଉଜ ଖଣ୍ଡହତା ପଂଚାୟତର ସରପଂଚ ମଧ୍ୟ ରହି ସାରିଛନ୍ତି । ତେବେ ପାରିପାଶ୍ୱର୍ିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଦୀପକୁ କେହି ହତ୍ୟା କରିଥିବାନେଇ ପରିବାର ପକ୍ଷରୁ ସୁବଳୟା ଥାନାରେ ଅଭିଯୋଗ ହୋଇଛି ।

ତେବେ ରାଜନୈତିକ ତିକ୍ତତା ପାଇଁ ନା ବ୍ୟବସାୟିକ ଶତ୍ରୁତାରୁ କେହି ତାଙ୍କୁ ହତ୍ୟା କରିଛି ନା ଅନ୍ୟ କୌଣସି କାରଣରୁ ପ୍ରଦୀପଙ୍କ ମୃତ୍ୟୁ ହୋଇଛି ତାହା ପୋଲିସର ତଦନ୍ତ ପରେ ଜଣାପଡିବ । ତେବେ ଏନେଇ ମୃତକଙ୍କ ଶବ ବ୍ୟବଚ୍ଛେଦ କରାଇବା ସହ ପୋଲିସ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.