ନିଖୋଜ ଯୁବକଙ୍କ ମୃତଦେହ ପୋଖରୀରୁ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକ

Published By : Prameya-News7 Bureau | May 17, 2019 IST

ଉଦଳା ୧୭|୫: ମୟୁରଭଞ୍ଜ ଜିଲ୍ଲା ମହୁଲଡିହି ଗାଁ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ହେଲେ ଶରଣେଶ୍ବର ପାତ୍ର । ସେ ଦୁଇ ଦିନ ତଳୁ ନିଖୋଜ ଥିଲେ । ପରିବାର ପକ୍ଷରୁ ହତ୍ୟା ଅଭିଯୋଗ କରାଯାଇଛି ।

{"id":112805}

ସୂଚନାଯୋଗ୍ୟ ଯେ, ଗତ ବୁଧବାରଠାରୁ ଖୁଣ୍ଟା ଥାନା ଗଡସାହି ଗ୍ରାମର ଶରଣେଶ୍ବର ପାତ୍ର ବ୍ୟାଙ୍କ୍ କାମ ନିମନ୍ତେ ଯାଇ ଆଉ ଘରକୁ ଫେରି ନଥିଲେ । ପରିବାର ଲୋକେ ଅନେକ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା । ଦୁଇ ଦିନତଳୁ ସେ ନିଖୋଜ ଥିବା ବେଳେ ଆଜି ସକାଳେ ମହୁଲଡିହି ଗ୍ରାମ ରାସ୍ତାପାର୍ଶ୍ବ ଏକ ପୋଖରୀରେ ତାଙ୍କର ମୃତଦେହ ପଡିଥିବା ପରିବାର ଲୋକେ ଦେଖିଥିଲେ । ଏ ନେଇ ଖୁଂଟା ଥାନାକୁ ଜଣାଇବା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରିବା ସହିତ ବ୍ୟବଚ୍ଛେଦ କରାଇଛି ।

{"id":112806}

ତେବେ ପୋଖରୀ ନିକଟରେ ରକ୍ତ ପଡିଥିବା ବେଳେ ଯୁବକ ଶରଣେଶ୍ବରଙ୍କ ସାଇକେଲ ମଧ୍ୟ କିଛି ଦୂରରେ ଥିବା ଦେଖିବାକୁ ମିଳିଛି । ଯାହାଫଳରେ ଶରଣେଶ୍ବରଙ୍କୁ କେହି ହତ୍ୟା କରି ପୋଖରୀରେ ଫିଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.