Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୨ ଜଣଙ୍କ ଜୀବନ, ୩୩୮୮ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୪୦୫ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଚିରାଗଙ୍କ ହାତରୁ ଖସିଲା କମାଣ୍ଡ୍ : ଚାଚା ପଶୁପତିଙ୍କୁ ଗ୍ରୀନ ସିଗନାଲ୍, LJP ସଂସଦୀୟ ଦଳର ନେତା ହେଲେ ପାରସ
  • ||
  • ସାରା ବିଶ୍ୱର ଚିନ୍ତା ବଢାଇଲା ଡେଲ୍ଟା ଭାରିଆଣ୍ଟ : ବ୍ରିଟେନ ସମେତ ଅନେକ ଦେଶରେ ଫେରିଲା କଟକଣା
  • ||
  • ନକଲି ଔଷଧ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ୍, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
  • ||
  • କାର୍ଯ୍ୟାଳୟ ନା ସ୍ପା ? ଖଟରେ ଆରାମରେ ଶୋଇଛନ୍ତି ପୋଲିସ ବାବୁ, କଏଦୀ କରୁଛନ୍ତି ମସାଜ୍
  • ||

ଟ୍ରେନ୍‌ରେ କଟି ଯୁବକ ମୃତ, ଆତ୍ମହତ୍ୟା କରିଥିବା ସନ୍ଦେହ

29/12/2018 at 10:41 AM

ବାଲେଶ୍ବର ୨୯|୧୨: ଟ୍ରେନ୍‌ରେ କଟି ଜଣେ ଯୁବକ ମୃତ । ବାଲେଶ୍ବର ଜିଲ୍ଲା ମାର୍କୋଣା ରେଳ ଫାଟକ ନିକଟରେ ଜଣେ ଯୁବକଙ୍କର ଟ୍ରେନ୍‌ରେ କଟି ମୃତ୍ୟୁ ହୋଇଛି । ଯୁବକ ଜଣଙ୍କର ଘର ଅଡାରେ । ସେ କାଶିନାଥ ପଣ୍ଡାଙ୍କ ପୁତ୍ର ବାପୁନ ପଣ୍ଡା ବୋଲି ଜଣାପଡିଛି। ଘରୋଇ କଳହ କାରଣରୁ ରାଗି ଗତକାଲି ଘରୁ ବାଇକ୍ ନେଇ ପଳାଇ ଯାଇଥିଲେ । ବିଳମ୍ବିତ ରାତିରେ ଟ୍ରେନ୍ ରେ କଟି ଯାଇଥିବାରୁ ସେ ଆତ୍ମହତ୍ୟା କରିଥିବାର ଅନୁମାନ କରାଯାଉଛି । ଘଟଣାସ୍ଥଳରେ ରେଲଓ୍ବେ ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି।

ତେବେ ଗତକାଲି ରାତିରେ ଭଦ୍ରକ ସହରରେ ମଧ୍ୟ ଏଭଳି ଏକ ଏକ ଦୁଃଖଦ ଘଟଣା ଘଟିଥିଲା । ରେଳ ତଳେ ମୁଣ୍ଡ ଦେଇ ଯୁକ୍ତଦୁଇ ପ୍ରଥମ ବର୍ଷର ଜଣେ ଛାତ୍ର ଆତ୍ମହତ୍ୟା କରିଥିଲେ । ମୃତ ଛାତ୍ର ସବୁନ କାନାନି ଭଦ୍ରକ ଏସବିଡି ଇଣ୍ଟର୍ୟାସନାଲ ସ୍କୁଲରେ ଯୁକ୍ତ ଦୁଇ ବାଣିଜ୍ୟ ପ୍ରଥମ ବର୍ଷରେ ପଢୁଥିଲେ । ତାଙ୍କ ଘର ଭଦ୍ରକ ବାଇପାସରେ ।

   Related Posts