ଆନନ୍ଦପୁରରେ ଗାଧୋଇବା ବେଳେ ନଦୀରେ ବୁଡି ଯାଇ ଯୁବକ ମୃତ
25/10/2018 at 3:43 PM

କେନ୍ଦୁଝର ୨୫।୧୦ : କେନ୍ଦୁଝର ଜିଲ୍ଲା ଘସିପୁରା ଥନା ଅନ୍ତର୍ଗତ କୂଶେଇ ନଦୀ ଦେଓଗାଁ ଘାଟଠାରେ ବୁଡିଯାଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ହେଲେ ଦେଓଗାଁ ର ରମେଶ ରାଉତ । ରମେଶ ଆଜି ନଦୀରେ ଗାଧୋଇବା ସମୟରେ ହଠାତ୍ ତାଙ୍କ ଗୋଡ ଖସିଯିବାରୁ ସେ ଗଭୀର ପାଣି ଭିତରକୁ ଚାଲିଯାଇଥିଲେ। ଖବରପାଇ ସ୍ଥାନୀୟ ଯୁବକମାନେ ନଦୀରୁ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଯାଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ଘଟଣା ପରେ ଦେଓଗାଁ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।