ରାୟଗଡାରେ ପୁଣି ସେଲ୍ଫି ହେଲା କାଳ ; ନଦୀରେ ବୁଡି ପ୍ରାଣ ହରାଇଲେ ଯୁବକ
6/11/2018 at 1:31 PM

ରାୟଗଡା ୬|୧୧: ରାୟଗଡାରେ ପୁଣି ସେଲ୍ଫି ହେଲା କାଳ । ସେଲଫି ନେଉଥିବାବେଳେ ନାଗାବଳୀ ନଦୀରେ ବୁଡି ଯୁବକଙ୍କ ମୃତ୍ୟୁ ହୋଇଛି । ରାୟଗଡା ଝୁଲାପୋଲରେ ତଳେ ନାଗାବଳୀ ନଦୀରେ ନେଉଥିଲେ ସେଲ୍ଫି । ମୃତ ଯୁବକ ଆନ୍ଧ୍ରପ୍ରଦେଶ କୋତାବାଲ୍ସାର ଏମ୍. ଗଙ୍ଗାରାଜୁ । ମୃତଦେହକୁ ଉଦ୍ଧାର କରିଛି ଦମକଳବାହିନୀ । ସାଙ୍ଗମାନଙ୍କ ସହ ବୁଲିବାକୁ ଯାଇଥିଲେ ଗଙ୍ଗାରାଜୁ ।
Related Posts
ଗୁଣିଗାରେଡି ସନ୍ଦେହରେ ପିଟି ପିଟି ହତ୍ୟା ଘଟଣା, ୭ ଗିରଫ
20 May 2022