ଢେଙ୍କାନାଳ ସହରରେ ଅଭାବନୀୟ ଘଟଣା ; ୨ଟି ଷଣ୍ଢଙ୍କ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ
1/11/2018 at 10:35 AM

ଢେଙ୍କାନାଳ ୧|୧୧: ଢେଙ୍କାନାଳ ସହରରେ ଅଭାବନୀୟ ଘଟଣା ଘଟିଛି । ୨ଟି ଷଣ୍ଢଙ୍କ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ହୋଇଛି । ରାତିପ୍ରାୟ ୧୦ଟା ସମୟରେ ୨ଟି ଷଣ୍ଢ ଲଢେଇ କରୁଥିବାବେଳେ ଆକ୍ରମଣରେ ଯୁବକଙ୍କ ପ୍ରାଣ ଯାଇଛି । ମୃତକ ହେଲେ ଦକ୍ଷିଣକାଳି ଅଞ୍ଚଳରେ ଚିତ୍ତରଞ୍ଜନ ପାଣି । ଢେଙ୍କାନାଳ ସହରରେ ଗଜ ଲକ୍ଷ୍ମୀପୂଜା ଚାଲିଥିବା ବେଳେ ରାସ୍ତାରେ ଷଣ୍ଢମାନଙ୍କ ଉତ୍ପାତ ବଢିଯାଇଛି । ପୂଜା ଯୋଗୁ ଟ୍ରାଫିକ ଭିଡରେ ଫଶି ଯାଇଥିଲେ ଚିତ୍ତରଞ୍ଜନ । ଦୁଇଟି ବୁଲା ଷଣ୍ଢ ଲଢେଇଙ୍କ ହାବୁଡରେ ପଡି ଯାଇଥିଲେ । ଷଣ୍ଢ ଆକ୍ରମଣରେ ଗୁରୁତର ହୋଇ ଯାଇଥିବା ଚିତ୍ତରଞ୍ଜନଙ୍କୁ ସ୍ଥାନୀୟ ଲୋକ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇ ଯାଇଛି ।
Related Posts
ଟଙ୍କା ପାଇଁ ନୃଶଂସ ପାଲଟିଲା ପୁଅ, କାଟିଲା ମାର ବେକ
16 January 2021
ଶୌଚ କରିବାକୁ ଯାଇ ମହିଳା ଗଣଦୁଷ୍କର୍ମର ଶିକାର: ଦିଅର ଗିରଫ, ପୁତୁରା ଫେରାର
16 January 2021