ବସ୍ ଧକ୍କାରେ ବାଇକ୍ ଆରୋହୀ ମୃତ ; କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତଲୋକଙ୍କ ରାସ୍ତାରୋକ

Published By : Prameya-News7 Bureau | December 24, 2018 IST

ପୁରୀ ୨୪|୧୨: ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । ପୁରୀ କୃଷ୍ଣପ୍ରସାଦ ବ୍ଲକ୍ ଗିଲିନାସି ଗାଁ ପାଖ ଖଣ୍ଡିଆଘାଇ ବ୍ରିଜ ନିକଟରେ ଦୁର୍ଘଟଣା । ମୃତକ ବାଇକ ଆରୋହୀ କୁମ୍ପୁରି ଗାଁର ପଦ୍ମଚରଣ ମୁଦୁଲି । ବିଳମ୍ବିତ ରାତିରେ ପଦ୍ମଚରଣ ମାଲୁଦ ବଜାରରୁ ଗାଁକୁ ଫେରୁଥିବାବେଳେ ସାମ୍ନା ପଟୁ  ଅଞ୍ଜଳି ନାମକ  ବସ ଧକ୍କା ଦେଇଥିଲା।  ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ଉତ୍ତେଜନା ଦେଖାଦେଇଛି । କ୍ଷତିପୂରଣ ଦାବିରେ ବିଳମ୍ବିତ ରାତିରୁ ରାସ୍ତାରୋକ କରିଛନ୍ତି ଉତ୍ତ୍ୟକ୍ତ ଲୋକେ । ଘଟଣାସ୍ଥଳରେ କୃଷ୍ଣପ୍ରସାଦ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି । ସେପଟେ ଦୁର୍ଘଟଣା ଘଟାଇ ବସ ସହ ଡ୍ରାଇଭର ଫେରାର ହୋଇଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.