ବାଦ୍ ପଡିଲାନି ଅପରେସନ ଥିଏଟର, ଅଶ୍ଳୀଳ ଗୀତରେ ଡ୍ୟାନ୍ସ ସହ ଟିକ୍‌ଟକ୍ ଭିଡିଓ କଲେ ଯୁବକ

Published By : Prameya-News7 Bureau | December 13, 2019 IST

ଆରା ୧୩।୧୨: ବିହାର ଆରା ଜିଲ୍ଲା ସଦର ହସ୍ପିଟାଲର ଅପରେସନ ଥିଏଟରରେ ରୋଗୀଙ୍କ ଚିକିତ୍ସା ହେଉ ଅବା ନହେଉ ମାତ୍ର ଟିକଟିକ ଭିଡିଓ ପାଇଁ ଭୋଜପୁରୀ ସଙ୍ଗୀତରେ ଡ୍ୟାନ୍ସ କରୁଥିବା ନଜରକୁ ଆସିଛି । ଗୀତ ଏତେ ଅଶ୍ଳୀଳ ଯେ, ଶୁଣୁଥିବା ଲୋକଙ୍କୁ ମଧ୍ୟ ଲାଜ୍ଜ ଲାଗିବ । ଏତିମି ଏକ ଭିଡିଓ ଭାଇରାଲ୍ ହେବା ପରେ ହସ୍ପିଟାଲ ଅଧୀକ୍ଷକଙ୍କ କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି । ଏହା ଜଣାପଡିନାହିଁ ଯେ, ଭିଡିଓ କେବେ ଏବଂ କେଉଁ ଦିନ ପ୍ରସ୍ତୁତ ହୋଇଛି ।

{"id":196991,"sizeSlug":"large"}

ଭାଇରାଲ୍ ହୋଇଥିବା ଟିକଟିକ ଭିଡିଓରେ କିଛି ଯୁବକ ଭୋଜପୁରୀର ଏକ ଅଶ୍ଳୀଳ ଗୀତରେ ଠୁମକା ଲଗାଉଥିବା ଜେଖିବାକୁ ମିଳିଛି । ତେବେ ଡ୍ୟାନ୍ସ କରୁଥିବା ଯୁବକମାନେ ହସ୍ପିଟାଲର କର୍ମଚାରୀ କିମ୍ବା ବାହାରର ତାହା ଜଣାପଡିନାହିଁ ।

{"id":196992,"sizeSlug":"large"}

ଯେଉଁ ଅପରେସନ ଥିଏଟରରେ ଭିଡିଓଟି ପ୍ରସ୍ତୁତ କରାଯାଇଛି ତାହା ଇମରଜେନ୍ସି ଓ୍ବାର୍ଡର ଅପରେସନ ଥିଏଟର । ଯେଉଁଠାରେ ରୋଗୀମାନଙ୍କୁ ୨୪ଘଣ୍ଟା ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଥାଏ । ଏହି ଅପରେସନ ଥିଏଟର ଏବଂ ଓ୍ବାର୍ଡରେ ଡାକ୍ତର, କମ୍ପାଉଣ୍ଡର, ଡ୍ରେସର, ଏଏନଏମ, ଜିଏନଏମ ଏବଂ ଓ୍ବାର୍ଡ ବୟ ୩ଟି ସିଫ୍ଟରେ ଡ୍ୟୁଟି କରିଥାନ୍ତି । ଏହାସହ ଓ୍ବାର୍ଡର ମେନ୍ ଗେଟ୍ ଏବଂ ଡାକ୍ତରଙ୍କ କ୍ୟାବିନ୍ ଆଗରେ ସୁରକ୍ଷାକର୍ମୀ ନିୟୋଜିତ ଅଛନ୍ତି । ଏହା ସତ୍ତ୍ବେ ଏଭଳି ଘଟଣା ଘଟିଛି । ଭିଡିଓରେ ଡ୍ୟାନ୍ସ କରୁଥିବା ଯୁବକମାନଙ୍କୁ ଦେଖି ହସ୍ପିଟାଲର ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନ ଉଠିବା ସ୍ବାଭାବିକ ।

{"id":196993,"sizeSlug":"large"}

ହସ୍ପିଟାଲ ଅଧୀକ୍ଷକ ଏହି ଭିଡିଓ ଦେଖିବା ପରେ କହିଛନ୍ତି ଯେ, ଦୋଷୀମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ହସ୍ପିଟାଲର ସିଭିଲ ସର୍ଜନ କହିଛନ୍ତି ଯେ, ସେ ଘଟଣା ସଂପର୍କରେ ଅବଗତ ନାହାନ୍ତି । ସେ ଦୋଷୀମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବେ । ସ୍ଥାନୀୟ ଲୋକ କହିଛନ୍ତି ଯେ, ସଦର ହସ୍ପିଟାଲରେ ଏଭଳି ଘଟଣା ଘଟିବା ସାଧାରଣ କଥା । ଏଠାରେ ପୂର୍ବରୁ ସାପ, ବିଚ୍ଛା ଭଳି ବିଷାକ୍ତ ସରୀସୃପ ମଧ୍ୟ ବାହାରିଛନ୍ତି । ଏଠାରେ ସୁରକ୍ଷା ବ୍ୟବସ୍ଥା ଠିକ୍ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.