Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ବାଲେଶ୍ୱରରେ ମୋମୋ ଗେମ ଖେଳି ଯୁବକ ଗୁରୁତର

30/09/2018 at 3:30 PM

ବାଲେଶ୍ୱର ୩୦/୯ : ବାଲେଶ୍ୱର ବସ୍ତା ଥାନା ଅନ୍ତର୍ଗତ କଦଳୀଭଣ୍ଡା ଗ୍ରାମର ଯୁବକ ଶଶୀ ମାଝୀ ଗତକାଲି ରାତିରେ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ବାଲେଶ୍ବର ସହଦେବଖୁଣ୍ଟା ପୁଲିସ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ଯୁବକ ଜଣକ ମୋମୋ ଗେମ ଖେଳି ଏପ୍ରକାର ଉନ୍ମତ୍ତ କାଣ୍ଡ ଘଟାଇ ନିଜର ଡ଼।ହାଣ ହାତର ତିନୋଟି ଆଙ୍ଗୁଳି କାଟିଦେଇଥିବାର ପୁଲିସ ସନ୍ଦେହ କରୁଛି । ଯୁବକ ଜଣଙ୍କ ପାଗଳ ଭଳି ହେଉଥିବାରୁ ତାଙ୍କୁ କଟକ ବଡ ମେଡ଼କାଲକୁ ସ୍ଥାନାନ୍ତର କରାଯାଇଥିଲା । ଯୁବକ ଜଣଙ୍କ ଆଜକୁ ଏକ ମାସ ହେବ ପାଗଳଙ୍କ ପରି ହେଉଥିବାର ଘରଲୋକ କହିଛନ୍ତି । ସେ କେନ୍ଦୁଝରର ଗୋଟାଏ ନର୍ସିଙ୍ଗ ହୋମରେ କାମ କରୁଥିଲା । ଗତକାଲି ରାତିରେ ବାଲେଶ୍ବର ଫେରି ଆସି ଆଇ ଟି ଆଇ ନିକଟରେ ଥିବା ତାଙ୍କର ଜଣେ ସମ୍ପର୍କୀୟ ଭାଇଙ୍କ ଘରେ ରହିଥିଲା । ରାତି ୧୨ ଟାରେ ସେ ପାଗଳ ଭଳିଆ ହୋଇଥିଲା । ପରେ ସେ ଘରେ ଭଙ୍ଗାରୁଜା ଆରମ୍ଭ କରିଦେଇଥିଲା । ରାତି ୪ ଟାରେ ଘର ଲୋକେ ପୋଲିସକୁ ଖବର ଦେଇ ଯୁବକଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ ।

   Related Posts