Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିବାହ ପାଇଁ ବିଳମ୍ବ କରିବାରୁ ଯୁବତୀଙ୍କ ଗଳା କାଟିଲା ଭାବିସ୍ବାମୀ, ନିଜେ କଲା ଆତ୍ମହତ୍ୟା ଉଦ୍ୟମ

25/04/2019 at 12:01 PM

ଇନ୍ଦୋର ୨୫/୪: ମଧ୍ୟ ପ୍ରଦେଶର ଇନ୍ଦୋରରେ ଜଣେ ଯୁବକ ନିଜ ଭାବୀସ୍ତ୍ରୀର ଗଳା କାଟି ଦେଇଛି ଏବଂ ନିଜ ଗଳା କାଟି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁହିଁଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି।

 ଏହି ଘଟଣା ଘଟିଛି ମଲ୍ହାରଗଞ୍ଜ ଥାନା ଅଞ୍ଚଳର ପେନଜାନ କଲୋନୀରେ। ଥାନାଅଧିକାରୀଙ୍କ କହିବା ଅନୁସାରେ ଦୁର୍ଗେଶ ନାମକ ଜଣେ ଯୁବକ ଏକ ଧାରୁଆ ଅସ୍ତ୍ର ଦ୍ବାରା ନିଜ ଭାବୀସ୍ତ୍ରୀର ଗଳା କାଟି ଦେଇଛି। ଗତ ୩ବର୍ଷ ହେବ ଯୁବକ ଜଣକ ଯୁବତୀଙ୍କ ଘରକୁ ଯିବା ଆସିବା କରୁଥିଲା। ଦୁହେଁ ଖୁବ୍ ଶୀଘ୍ର ବିବାହ କରିଥାଆନ୍ତେ। କିନ୍ତୁ ଯୁବତୀଙ୍କ ପରିବାରର ଆର୍ଥିକ ସ୍ଥିତି ଠିକ୍ ନଥିବାରୁ ବିବାହ ନିମନ୍ତେ ସେମାନେ ଦୁର୍ଗେଶଙ୍କୁ କିଛି ଦିନ ସମୟ ମାଗିଥିଲେ।

କିନ୍ତୁ ଦୁର୍ଗେଶ ଶୀଘ୍ର ବିବାହ କରିବା ପାଇଁ ଯୁବତୀ ଏବଂ ତାଙ୍କ ପରିବାର ଲୋକଙ୍କ ଉପରେ ଚାପ ପ୍ରୟୋଗ କରି ଆସୁଥିଲା। ଗତକାଲି ବିଳମ୍ବିତ ସନ୍ଧ୍ୟାରେ ଦୁର୍ଗେଶ ବିବାହ ପାଇଁ କଥା ହେବାକୁ ତାଙ୍କ ଘରେ ପହଞ୍ଚିଥିଲା। ସେ ପୁଣି ଥରେ ଯୁବତୀଙ୍କୁ ଯଥାଶୀଘ୍ର ବିବାହ କରିବା ପାଇଁ ଚାପ ପ୍ରୟୋଗ କରିଥିଲା। ଏହା ପରେ ଯୁବତୀ ବିରକ୍ତ ହୋଇ ତାଙ୍କୁ ବିବାହ କରିବାକୁ ମନା କରି ଦେଇଥିଲେ। ଏଥିରେ ରାଗିଯାଇ ଦୁର୍ଗେଶ ଘରେ ରଖା ହୋଇଥିବା ଛୁରୀରେ ଯୁବତୀଙ୍କ ଗଳା କାଟି ଦେଇଥିଲା। ଏହାପରେ ନିଜ ଗଳାକୁ ମଧ୍ୟ ଛୁରୀରେ କାଟି ଦେଇଥିଲା। ଯୁବତୀଙ୍କ ପରିବାର ଲୋକେ ବାହାରକୁ କୈାଣସି କାମରେ  ଯାଇଥିଲେ। ଯୁବତୀଙ୍କ ଚିତ୍କାର ଶୁଣି ଆଖ ପାଖର ଲୋକେ ଘଟଣାସ୍ଥଳକୁ ଆସିଥିଲେ ଏବଂ ଉଭୟଙ୍କୁ ଚିକିତ୍ସା ପାଇଁ ଏମବାୟ ହସ୍ପିଟାଲ ନେଇଯାଇଥିଲେ।

   Related Posts