Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ରାଜଗାଙ୍ଗପୁର ଥାନା ହାଜତରେ ଅଭିଯୁକ୍ତ ମୃତ୍ୟୁ ଘଟଣା : ୨ ତାରିଖରୁ ଗିରଫ ଜୟ ଲାକ୍ରାଙ୍କୁ କୋର୍ଟ ଚାଲାଣ ନକରି ୫ ତାରିଖ ଯାଏଁ ଥାନା ହାଜତରେ କାହିଁକି ରଖିଥିଲା ପୋଲିସ ?

6/12/2018 at 7:30 PM

ସୁନ୍ଦରଗଡ଼ ୬|୧୨: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ହାଜତରେ ଜଣେ ଅଭିଯୁକ୍ତର ମୃତ୍ୟୁ ଘଟଣାର ଏନଏଚଆରସି ଗାଇଡ୍‌ ଲାଇନ୍‌ ଅନୁସାରେ ତଦନ୍ତ କରାଯିବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏସପିଙ୍କ ଠାରୁ ଏଭଳି ପ୍ରତିଶ୍ରୁତି ପାଇବା ପରେ ଶାନ୍ତ ହୋଇଛନ୍ତି ମୃତକଙ୍କ ପରିବାର ଲୋକେ । କ’ଣ ରହିଛି ପୂରା ଘଟଣା ଚାଲନ୍ତୁ ଦେଖିବା ।

ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଡାକ୍ତରଖାନା ବାରଣ୍ଡାରେ  ରଖାଯାଇଥିବା ଏହି ମୃତଦେହଟି ହେଉଛି ସ୍ଥାନୀୟ ରାଇକା କନ୍ଥାର ଗାଁର ଜୟ ଲାକ୍ରାଙ୍କର । ଯିଏ ଏସବିଆଇ ସହାୟତା କେନ୍ଦ୍ରରେ ଏଜେଣ୍ଟ ଭାବେ କାମ କରୁଥିଲେ । ଲୋକଙ୍କ ଅର୍ଥ ହଡ଼ପ କରିଥିବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରି ଥାନାକୁ ଆଣିଥିଲା କରିଥିଲା । ଗଲାକାଲି ତାଙ୍କର ଥାନା ହାଜତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା । ଅଭିଯୁକ୍ତ ଥାନାରେ ଥିବା ଶୌଚାଳୟରେ ଆତ୍ମହତ୍ୟା କରିଥିବା ପୋଲିସ କହୁଛି । ହେଲେ ପରିବାର ଲୋକଙ୍କ ଅଭିଯୋଗ ଥାନାବାବୁ ଜୟଙ୍କୁ ପିଟି ପିଟି ମାରିଦେଲେ।

ଘଟଣା ପ୍ରଘଟ ହେବା ପରେ ରାଜଗାଙ୍ଗପୁରରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ପରିସ୍ଥିତିକୁ ଦେଖି ୨୦ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ ହୋଇଥିଲେ । ତେବେ ଥାନା ବାବୁଙ୍କ ବିରୋଧରେ ଆକ୍ସନ ନହେବା ଯାଏ ଶବବ୍ୟବଛେଦ କରାଇନଦେବାକୁ ଅଡ଼ି ବସିଥିଲେ ପରିବାର ଲୋକେ । ଶେଷରେ ସୁନ୍ଦରଗଡ଼ ଏସପିଙ୍କ ସହ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଘଟଣାର  ଏନଏଚଆରସି ଗାଇଡ୍‌ ଲାଇନ୍‌ ଅନୁସାରେ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣର ପ୍ରତିଶ୍ରୁତି ଦେବା ପରେ ଶାନ୍ତ ପଡ଼ିଥିଲା ପରିସ୍ଥିତି ।

ଗଲା ୨ ତାରିଖରୁ ପୋଲିସ ଜୟ ଲାକ୍ରାଙ୍କୁ ଗିରଫ କରିଥିବା ବେଳେ ୫ ତାରିଖରେ ଥାନା ହାଜତରେ ତାଙ୍କର ମୃତ୍ୟୁ ହୋଇଛି । ଗିରଫ ଅଭିଯୁକ୍ତଙ୍କୁ ୨୪ଘଣ୍ଟା ଭିତରେ କୋର୍ଟ ଚାଲାଣ କରିବାର ନିୟମ ଥିଲେ ମଧ୍ୟ ପୋଲିସ କାହିଁକି ତାଙ୍କୁ ୪ଦିନ ପର୍ଯ୍ୟନ୍ତ ଥାନାରେ ରଖିଥିଲା ତାହା ଏବେ ବଡ଼ ପ୍ରଶ୍ନ ଠିଆ କରିଛି ।

   Related Posts