Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆନନ୍ଦପୁରରେ ଭାଲୁ ଆକ୍ରମଣରେ ଯୁବକ ଗୁରୁତର

16/09/2018 at 1:56 PM

ଆନନ୍ଦପୁର ୧୬/୯ : ଆନନ୍ଦପୁର ଥାନା ଅନ୍ତର୍ଗତ ପଣସଡିହା ପଞ୍ଚାୟତ ଅଧାରଝରୀ ଗାଁରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଅଧାରଝରୀ ଗାଁର ଯୁବକ ରେଙ୍ଗସା ହୋଙ୍କୁ ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ଠାରେ ଭର୍ତ୍ତି କରାଯାଇଛି । ତେବେ ତାଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ପ୍ରାଥମିକ ଚିକତ୍ସା ପରେ ଡାକ୍ତର ତାଙ୍କୁ କଟକ ସ୍ଥାନାଂତର ପାଇଁ ପରାମର୍ଶ କରିଛନ୍ତି ।
ଆଜି ସଖାଳୁ ରେଙ୍ଗଟା ଶୌଚ ହେବାକୁ ଗାଁ ବିଲକୁ ଯାଇଥିବା ବେଳେ ନିକଟସ୍ଥ ଜଙ୍ଗଲରୁ ଖସିଆସି ବିଲ ନିକଟ ଏକ ବୁଦାରେ ଛପିରହିଥିବା ଦୁଇଟି ଭାଲୁ ଅର୍ତକିତ ଭାବେ ଆକ୍ରମଣ କରିଥିଲେ । ଏହି ସମୟରେ ରେଙ୍ଗଟାଙ୍କ ଚିତ୍କାର ଶୁଣି ଗାଁ ଲୋକେ ଦୌଡି ଆସି ସଂଘବଦ୍ଧ ଭାବେ ଭାଲୁଙ୍କୁ ଘଉଡାଇବାରୁ ଭାଲୁଦୁଇଟି ଜଙ୍ଗଲକୁ ପଳାଇ ଯାଇଥିଲେ । ହେଲେ ଗାଁ ଲୋକେ ପହଞ୍ଚିବା ପୂର୍ବରୁ ଦୁଇ ଭାଲୁ ମିଶି ତାଙ୍କ ମୁଣ୍ଡ ଓ ମୁହଁକୁ ରାମ୍ପୁଡି ଗଭୀର ଆଘାତ କରିଦେଇଥିଲେ । ଭାଲୁ ଆକ୍ରମଣରେ ତାଙ୍କ ବାମ ଛାତିର ଏକ ପଞ୍ଜରା ହାଡ ମଧ୍ୟ ଭାଙ୍ଗିଯାଇଥିବା ଜଣାଯାଇଛି ।

   Related Posts