ଶୁଣ୍ଢରେ କଚାଡିଦେଲା ଦନ୍ତା, ଅଳ୍ପକେ ବର୍ତ୍ତିଲେ ଯୁବକ

Published By : Prameya-News7 Bureau | October 20, 2021 IST

ତେଲକୋଇ ୨୦।୧୦: କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟରେ ଦନ୍ତାର ଉତ୍ପାତ । ଶୌଚ ପାଇଁ ଯାଉଥିବା ବେଳେ ଯୁବକଙ୍କୁ ଶୁଣ୍ଢରେ କଚାଡିଦେଲା ଦନ୍ତା । ଫଳରେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ଜଣଙ୍କ ହେଲେ ବିମଳା ଗାଁର ହାଡିବନ୍ଧୁ ନାୟକ ।

{"id":529982,"width":754,"height":415,"sizeSlug":"full","linkDestination":"none"}

ବୁଧବାର ସକାଳୁ ହାଡିବନ୍ଧୁ ଶୌଚ ପାଇଁ ଚତୁରିହୁଳିକୁ ଯାଉଥିବା ବେଳେ ଦନ୍ତା ହାବୁଡରେ ପଡିଯାଇଥିଲେ । ଦନ୍ତା ହାତୀଟି ଶୁଣ୍ଢରେ କଚାଡି ଦେଇଥିଲା । ସୌଭାଗ୍ୟକ୍ରମେ ହାଡିବନ୍ଧୁ ହାତୀର ପେଟ ତଳକୁ ପଳାଇ ଯାଇଥିଲେ । ହାତୀ ହାଡିବନ୍ଧୁଙ୍କୁ ଦେଖି ନପାରି ଜଙ୍ଗଲକୁ ପଳାଇ ଯାଇଥିଲା । ହାଡିବନ୍ଧୁ ଅଳ୍ପକେ ବର୍ତ୍ତି ଯାଇଥିଲେ । ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାଡିବନ୍ଧୁଙ୍କୁ ଉଦ୍ଧାର କରି ପ୍ରଥମେ ତେଲକୋଇ ମେଡିକାଲରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.