Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

କରୋନାରେ ମୃତ୍ୟୁ ପରେ ମିଳିଲାନି ଚାରି କାନ୍ଧ, ପିପିଇ କିଟ୍ ପିନ୍ଧି ଅନ୍ତିମସଂସ୍କାର କଲେ ଯୁବଗୋଷ୍ଠୀ

7/05/2021 at 6:31 PM

ସାନଖେମୁଣ୍ଡି ୭।୫: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ପାଟପୁର ଥାନା ପୋଡାମାରୀ ଗ୍ରାମର ଜଣେ ଯୁବକଙ୍କ ଗୁରୁବାର ମଧ୍ୟାହ୍ନରେ କରୋନାରେ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ମୃତ୍ୟୁ ହେବା ପରେ ମୃତଦେହକୁ ପରିବାର ଓ ଗ୍ରାମବାସୀ ଚାରି କାନ୍ଧ ଦେଇନଥିଲେ । ଶେଷରେ ମୃତଦେହକୁ ଦାହ ସଂସ୍କାର କରିବା ନିମନ୍ତେ ଅଣ୍ଟା ଭିଡିଲେ ପୋଡାମାରୀ ଅଞ୍ଚଳର କିଛି ଯୁବଗୋଷ୍ଠୀ ।

ସୂଚନାଯୋଗ୍ୟ ଯେ, ପୋଡାମାରୀ ବ୍ରାହ୍ମଣ ସାହିର ସୁରେନ୍ଦ୍ର ସାବତ ଗତ କିଛି ଦିନ ତଳେ କରୋନାରେ ସଂକ୍ରମିତ ହେବା ପରେ ହୋମ୍ ଆଇସୋଲେସନରେ ରହି ଚିକିତ୍ସିତ ହେବା ପରେ ଅକ୍ସିଜେନ୍ ଲେଭଲ୍ କମିଯିବାରୁ ନିଶ୍ଵାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରିଥିଲେ । ଯାହାଫଳରେ ପରିବାର ଲୋକେ ଗୁରୁବାର ଦିନ ପ୍ରଥମେ ଆଡପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ହିଞ୍ଜିଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । କିନ୍ତୁ ସେଠାରେ ମଧ୍ୟ ଅବସ୍ଥା ଗୁରୁତର ହେବାରୁ ଗୁରୁବାର ସକାଳୁ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ । କିନ୍ତୁ ମଧ୍ୟାହ୍ନ ସାଢେ ୧୨ ଘଣ୍ଟା ସମୟରେ ସୁରେନ୍ଦ୍ରଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ସୁରେନ୍ଦ୍ରଙ୍କ ମୃତ୍ୟୁ ପରେ ତାଙ୍କ ଶବ ଗ୍ରାମରେ ପହଞ୍ଚିବା ପରେ ଶବ ସତ୍କାର ନିମନ୍ତେ ଚାରି କାନ୍ଧ ଦେବାକୁ ନାପାଖରେ ରହିଥିଲେ ପରିବାର ଆତ୍ମୀୟ ସଜନ ନା ଗ୍ରାମବାସୀ । ଏହି ସମୟରେ କରୋନାକୁ ଭୟ ନ କରି ପିପିଇ କିଟ୍ ପିନ୍ଧି ଶବକୁ ଚାରିକାନ୍ଧ ଦେଇ ଗାଁ ଶ୍ମଶାନରେ ଶବ ସତ୍କାର କରି ମାନବିକତାର ପରିଚୟ ସୃଷ୍ଟି କରିଛନ୍ତି ପୋଡାମାରି ସରପଞ୍ଚ ପ୍ରତିନିଧି ତଥା ଯୁବ ବିଜେଡ଼ି ସଭାପତି ସନ୍ତୋଷ କୁମାର ବିଷୋୟୀ । ଯୁବ ନେତାଙ୍କୁ ଏଭଳି ମହତ୍ତ୍ଵ କାର୍ଯ୍ୟରେ ସହଯୋଗର ହାତ ବଢାଇଛନ୍ତି ସ୍ବେଚ୍ଛାସେବୀ ଦିଲୀପ କୁମାର ଗୌଡ଼ , ରଘୁନାଥ ପାଣିଗ୍ରାହୀ ସମେତ କାହ୍ନା ମାଳି । ସରପଞ୍ଚ ପ୍ରତିନିଧି ସନ୍ତୋଷ ଓ ତାଙ୍କ ସହଯୋଗୀଙ୍କ ଏଭଳି ପ୍ରଶଂସନୀୟ କାର୍ଯ୍ୟ ପାଇଁ ବୁଦ୍ଧୀଜୀବି ମହଲରେ ପ୍ରଶଂସାର ସୁଅ ଛୁଟିଥିବା ଜଣାପଡିଛି ।

   Related Posts