ଜ୍ୟୋତିରାଦିତ୍ୟଙ୍କ ଦାୟିତ୍ୱ ଗ୍ରହଣରେ ଚର୍ଚ୍ଚାର ବିଷୟ ପାଲଟିଛି ଯୁବ କଂଗ୍ରେସ ନେତାଙ୍କ କାର୍ଟୁନ୍, ଜାଣନ୍ତୁ କ’ଣ କହୁଛନ୍ତି ନେଟିଜେନ୍

Published By : Prameya-News7 Bureau | July 09, 2021 IST

ନୂଆଦିଲ୍ଲୀ ୯।୭: ପ୍ରଧାନମନ୍ତ୍ରୀଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ମିଳିଛି। ଜ୍ୟୋତିରାଦିତ୍ୟ ଶୁକ୍ରବାର ତାଙ୍କ ବିଭାଗ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ଯୁବ କଂଗ୍ରେସ ସଭାପତି ଶ୍ରୀନିବାସ ବିଭି ତାଙ୍କ ଉଦ୍ଦେଶ୍ୟରେ ନିଜ ଟ୍ୱିଟର ହ୍ୟାଣ୍ଡଲରେ ଏକ କାର୍ଟୁନ ପୋଷ୍ଟ କରିଛନ୍ତି। ଯାହାର ଶୀର୍ଷକ ସେ ‘ରବନେ ବନାଦି ଯୋଡି’ ରଖିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚିତ ହୋଇଛି।

wp:embed {"url":"https://twitter.com/kushinagar_ajay/status/1413346817115254784","type":"rich","providerNameSlug":"twitter","responsive":true,"className":""}
https://twitter.com/kushinagar_ajay/status/1413346817115254784
/wp:embed

ଏକଦା ବେସାମରିକ ବିମାନ ଚଳାଚଳ ମନମନ୍ତ୍ରାଳୟ ଜ୍ୟୋତିରାଦିତ୍ୟଙ୍କ ପିତା ମାଧବ ରାଓ ସିନ୍ଧିଆଙ୍କ ଦାୟିତ୍ୱରେ ଥିଲା। ତେବେ ସେତେବେଳର ସମୟ ଭିନ୍ନ ଥିଲା। ଭାରତ ସରକାରଙ୍କ ବିମାନ କମ୍ପାନୀ ବେଶ୍ ଲାଭଜନକ ଥିଲା। ହେଲେ ସମୟ ସହ ସବୁ ବଦଳି ଯାଇଛି। ମାଧବରାଓଙ୍କ ସ୍ଥାନ ଏବେ ତାଙ୍କ ପୁତ୍ର ଜ୍ୟୋତିରାଦିତ୍ୟ ନେଇଥିବା ବେଳେ ସରକାରୀ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଏବେ ତାର ସବୁଠୁ ଖରାପ ସମୟ ଦେଇ ଗତି କରୁଛି। କେନ୍ଦ୍ର ସରକାର ଏହାକୁ ବିକିଦେବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି।

{"id":478046,"width":835,"height":470,"sizeSlug":"large","linkDestination":"none"}

ଏଥିରେ ଟ୍ୱିଟରରେ ଶ୍ରୀନିବାସ ବି.ଭି ପୋଷ୍ଟ କରିଥିବା କାର୍ଟୁନ ଅନେକ କିଛି ବୟାନ କରୁଛି। ଲୋକେ ଏହାର ବେଶ୍ ମଜା ନେଉଥିବା ବେଳେ ବିଜେପି ଓ କଂଗ୍ରେସକୁ ପରିହାସ କରିବାରେ ଲାଗିଛନ୍ତି। ବିଜେପି ନେତାମାନେ ଏପରି ପୋଷ୍ଟ କଂଗ୍ରେସର ରୁଗ୍ଣ ମାନସିକତାର ପରିଚାୟକ ବୋଲି କମେଣ୍ଟରେ ଉଲ୍ଲେଖ କରୁଥିବା ବେଳେ, ମନ୍ତ୍ରାଳୟ ତାଙ୍କ ବିଶ୍ୱସନୀୟତାର ଉପହାର ବୋଲି ଲୋକେ ପରିହାସ କରୁଛନ୍ତି।

wp:embed {"url":"https://twitter.com/anny_priya_dev/status/1413372986481168384","type":"rich","providerNameSlug":"twitter","responsive":true,"className":""}
https://twitter.com/anny_priya_dev/status/1413372986481168384
/wp:embed

ଜ୍ୟୋତିରାଦିତ୍ୟ ଗତବର୍ଷ ତାଙ୍କ ଅନୁଗତଙ୍କ ସହ ବିଜେପିରେ ଯୋଗ ଦେଇଥିଲେ। ଏଣୁ ମୋଦି ସରକାର ମନ୍ତ୍ରାଳୟ ତାଙ୍କୁ ଉପହାର ଦେଇଥିବା ଲୋକେ ଉଲ୍ଲେଖ କରୁଛନ୍ତି, ଯାହା ଏବେ ବିକ୍ରି ଅପେକ୍ଷାରେ ରହିଛି। ଏଥିରେ ବିଜେପି ଉଦ୍ଦେଶ୍ୟ ପ୍ରେରିତ ଭାବେ ମନ୍ତ୍ରାଳୟ ତାଙ୍କ ହାତରେ ଦେଇଥିବା ମଧ୍ୟ କେତେକ ନେଟିଜେନ ସନ୍ଦେହ ପ୍ରକାଶ କରିଛନ୍ତି। ଜ୍ୟୋତିରାଦିତ୍ୟଙ୍କ ହାତରେ ଏୟାର ଇଣ୍ଡିଆ ବିକ୍ରି ହେଲେ ଭବିଷ୍ୟତରେ ଏଥିଲାଗି କେହି ବିଜେପିକୁ ଦୋଷ ଦେବାକୁ ନଥିବେ ବୋଲି ଉଲ୍ଲେଖ କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.