Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

covid-19 ଦୁର୍ଗତଙ୍କ ଲାଗି ଦେବଦୂତ ପାଲଟିଛନ୍ତି ଏହି ଯୁବକଂଗ୍ରେସ ନେତା, ଦିଲ୍ଲୀରେ ପ୍ରବାସୀଙ୍କ ଲାଗି ପାଲଟିଛନ୍ତି ହିରୋ

18/05/2020 at 4:53 PM

ନୂଆଦିଲ୍ଲୀ : କଂଗ୍ରେସ ଶୀର୍ଷ ନେତାଙ୍କଠାରୁ ଆରମ୍ଭ କରି କର୍ମୀଙ୍କ ପର୍ଯ୍ୟନ୍ତ ଦିଲ୍ଲୀରେ ସମସ୍ତଙ୍କ ମୁହଁରେ ଏବେ ଗୋଟିଏ ନାଁ ଶ୍ରୀନିବାସ। କେବଳ ରାଜଧାନୀ ଦିଲ୍ଲୀ କାହିଁକି ଦେଶର ଯେ କୌଣସି ପ୍ରାନ୍ତରେ ଫଶି ରହିଥିବା ପ୍ରବାସୀ ଶ୍ରମିକଙ୍କ ଲାଗି ଶ୍ରୀନିବାସ ଦେବଦୂତ ପାଲଟିଛନ୍ତି। ସୋମବାର ଦେଶରେ ଚତୁର୍ଥପର୍ଯ୍ୟାୟ ଲକଡାଉନ୍ ଲାଗୁ ହୋଇଛି। ଏଥିରେ କେନ୍ଦ୍ର ସରକାର କିଛି ନିୟମ କୋହଳ କରିଛନ୍ତି। ଗତ ଲକଡାଉନରେ ମଧ୍ୟ ସରକାର କିଛି ନିୟମ କୋହଳ କରି ଲକଡାଉନ୍‌ରେ ଫଶି ରହିଥିବା ପ୍ରବାସୀଙ୍କୁ ସେମାନଙ୍କ ରାଜ୍ୟରେ ପହଞ୍ଚାଇବାର ବ୍ୟବସ୍ଥା କରିଥିଲେ। ହେଲେ ପରିଚାଳନାଗତ ତ୍ରୁଟି ଯୋଗୁ ଅନେକ ସ୍ଥାନରେ ଲୋକେ ହତାସ ହୋଇଥିଲେ। ତେବେ ଏଠାରେ ଶ୍ରୀନିବାସ ହିଁ ଏଭଳି ଲୋକଙ୍କ ସହାୟତା ଲାଗି ତାଙ୍କ ଯୁବ ଦଳ ସହ ରାସ୍ତାକୁ ଓହ୍ଲାଇଥିଲେ। ଯେଉଁଥିପାଇଁ ଶ୍ରୀନିବାସ ଏବେ ଦିଲ୍ଲୀରେ ମଧ୍ୟ ହିରୋ ପାଲଟିଯାଇଛନ୍ତି।

ଶ୍ରୀନିବାସ କିଏ ?
ୟୁଥ କଂଗ୍ରେସ ସଭାପତି ହେଉଛନ୍ତି ବି.ଭି. ଶ୍ରୀନିବାସ। ସଙ୍ଗଠନ ଦାୟିତ୍ୱ କାନ୍ଧରେ ପଡିବା ଦିନଠାରୁ ଦଳର ଯୁବ ଶାଖାକୁ ସାରା ଦେଶରେ ଏକଜୁଟ୍ କରିବାରେ ଲାଗି ପଡିଛନ୍ତି। ଏଥିରେ କରୋନା ଲକଡାଉନ୍‌ରେ ତାଙ୍କର କାର୍ଯ୍ୟଶୈଳୀ ତାଙ୍କୁ ଦଳର ଶୀର୍ଷ ନେତାଙ୍କଠାରୁ ତଳସ୍ତରର କର୍ମୀଙ୍କ ମଧ୍ୟରେ ପରିଚିତ କରାଇଛି। ଅନ୍ୟ ସଭାପତିଙ୍କ ଭଳି ଶ୍ରୀନିବାସ ଯୁବ କଂଗ୍ରେସ କାର୍ଯ୍ୟାଳୟରୁ କେବଳ ଚିଠିଟିଏରେ ନିଜର କାମକୁ ସୀମିତ ରଖିନାହାନ୍ତି। ତାଙ୍କ କାର୍ଯ୍ୟାଳୟ ଏବେ ୨୪ ଘଣ୍ଟିଆ କୋଭିଡ ସହାୟତା କେନ୍ଦ୍ରରେ ରୂପାନ୍ତରିତ ହୋଇଥିବା ବେଳେ ଏଠାରେ ଦୈନିକ ୨ହଜାର ଲୋକଙ୍କ ଲାଗି ଖାଦ୍ୟ ପ୍ରସ୍ତୁତ କରାଯାଉଛି। ପ୍ରସ୍ତୁତ ଖାଦ୍ୟକୁ କର୍ମୀଙ୍କ ଦ୍ୱାରା ସହରରେ ଅଟକି ରହିଥିବା ପ୍ରବାସୀଙ୍କ ସମେତ ଅସୁବିଧାରେ ଥିବା ଲୋକଙ୍କ ନିକଟରେ ପହଞ୍ଚାଉଛନ୍ତି।

ତାଙ୍କ କାମ କେବଳ ଏତିକିରେ ସୀମିତ ନାହିଁ। କାର୍ଯ୍ୟାଳୟରେ ଟେଲରଙ୍କୁ ରଖି ଲକ୍ଷଲକ୍ଷ ମାସ୍କ ପ୍ରସ୍ତୁତ କରିବା ସହ ସଂକ୍ରମଣରୁ ନେତା, କର୍ମୀ ଓ ଲୋକଙ୍କୁ ରକ୍ଷା କରିବା ଲାଗି ବିତରଣ ବି କରୁଛନ୍ତି। ପ୍ରଥମ ଲକଡାଉନ ସରିବା ଦିନ ଦିଲ୍ଲୀର ବିଭିନ୍ନ ସ୍ଥାନରେ ହଜାର ହଜାର ପ୍ରବାସୀ ଏକତ୍ର ହେବା ପ୍ରଶାସନ ଓ ପୋଲିସ ଲାଗି ଚିନ୍ତାର କାରଣ ପାଲଟିଥିଲା। ଏଥିରେ ଶ୍ରୀନିବାସ ଓ ତାଙ୍କ ସାଥୀ କର୍ମୀମାନେ ଲୋକଙ୍କ ନିକଟରେ ପହଞ୍ଚିବା ସହ ପରିସ୍ଥିତିରେ ସେମାନଙ୍କୁ ପାଣି, ଖାଦ୍ୟ ପ୍ୟାକେଟ୍ ଆଦି ପହଞ୍ଚାଇ ଯଥାସମ୍ଭବ ସହାୟତା ଲାଗି ଉଦ୍ୟମ କରିଥିଲେ।

ପ୍ରଥମ ଲକଡାଉନ ପରେ ଲୋକେ ଯାନବାହନ ସୁବିଧା ନ ପାଇ ରାସ୍ତାରେ ଚାଲିଚାଲି ଘରକୁ ଫେରିବାକୁ ବାଧ୍ୟ ହୋଇଥିଲେ। ଏଥିରେ ଶ୍ରୀନିବାସ ସାରା ଦେଶରେ ଥିବା ଯୁବ କଂଗ୍ରେସ କାର୍ଯ୍ୟାଳୟକୁ ପରିସ୍ଥିତି ସମ୍ପର୍କରେ ସୂଚନା ଦେବା ସହ ଲୋକଙ୍କୁ ରାସ୍ତାଘାଟରେ ସହାୟତା ଲାଗି ଯଥାସମ୍ଭବ ପ୍ରୟାଶ ନିମନ୍ତେ ନିବେଦନ କରିଥିଲେ। ଯାହାର ସୁଫଳ ମଧ୍ୟ ଲକଡାଉନ କାଳରେ ସାରା ଦେଶରେ ଦେଖାଯାଇଛି। ଶ୍ରୀନିବାସଙ୍କ ନିବେଦନର ପ୍ରଭାବ ରାଜ୍ୟ ଯୁବକଂଗ୍ରେସ ଉପରେ ପଡିଥିବା ବେଳେ ଲୋକଙ୍କୁ ନେତା ଓ କର୍ମୀମାନେ ଭରପୁର ସହଯୋଗ କରିବାକୁ ଉଦ୍ୟମ କରିଛନ୍ତି।

ତେବେ ଏତେ ସବୁ କାର୍ଯ୍ୟ ଲାଗି ଶ୍ରୀନିବାସ ଏପର୍ଯ୍ୟନ୍ତ ପାର୍ଟିରୁ ଟଙ୍କାଟିଏ ବି ସହଯୋଗ କାମନା କରିନାହାନ୍ତି। ସାଥୀ କାର୍ଯ୍ୟକର୍ତ୍ତା, କର୍ମୀ ଓ ନେତାଙ୍କଠାରୁ ଦାନ ଓ ଅନ୍ୟ ସୂତ୍ରରୁ ସହଯୋଗ ଆଣି ଲୋକଙ୍କୁ ଯୁବ କଂଗ୍ରେସର ସହାୟତା ଜାରି ରଖିଛନ୍ତି। ଯୁବକ କଂଗ୍ରେସର ସହଯୋଗ କେବଳ ରାସ୍ତାଘାଟ ଓ ପ୍ରବାସୀଙ୍କ ପର୍ଯ୍ୟନ୍ତ ସୀମିତ ନାହିଁ। ହସ୍ପିଟାଲ, ସ୍ୱାସ୍ଥ୍ୟକର୍ମଚାରୀ, ଡାକ୍ତର ଓ ଅନ୍ୟମାନଙ୍କ ଲାଗି ମଧ୍ୟ ଶ୍ରୀନିବାସ ସମ୍ପ୍ରସାରିତ କରିଛନ୍ତି। ଏଭଳି କର୍ମଚାରୀଙ୍କ ଲାଗି ସ୍ୱାସ୍ଥ୍ୟ ବିଭାଗଙ୍କ ସହଯୋଗରେ ମାସ୍କ ଠାରୁ ଆରମ୍ଭ କରି ଅନ୍ୟ ଆବଶ୍ୟକ ସାମଗ୍ରୀ ମଧ୍ୟ ଯୁବକଂଗ୍ରେସ ଯୋଗାଇ ଦେଉଛି।

   Related Posts