ଆତ୍ମହତ୍ୟା ପୂର୍ବରୁ ଆସିଥିଲେ ଫେସବୁକ୍ ଲାଇଭ : କହିଥିଲେ ତାଙ୍କ ମୃତ୍ୟୁ ପାଇଁ ଦାୟୀ ଥିବା ବ୍ୟକ୍ତିଙ୍କ ନାଁ

Published By : Prameya-News7 Bureau | July 11, 2020 IST

ଭିଓ୍ବାନି ୧୧/୭: ଭିଓ୍ବାନିରେ ଜଣେ ବ୍ୟକ୍ତି ବିଳମ୍ବିତ ରାତିରେ ଫେସବୁକରେ ଲାଇଭ ଆସି ନିଜକୁ ଗୁଳି କରି ଆତ୍ମହତ୍ୟା କରିବା ଭଳି ଘଟଣା ସାମନାକୁ ଆସିଛି। ମୃତକ ରେଓ୍ବାଡ଼ିର ଏକ ଘରୋଇ ହସ୍ପିଟାଲରେ କାମ କରୁଥିଲେ ଏବଂ ସେଠାରେ ଜଣେ କର୍ମଚାରୀ ଉପରେ ଶୋଷଣ କରିବା ଏବଂ ହସ୍ପିଟାଲ୍ ପ୍ରବନ୍ଧନ ଉପରେ ସମାଧାନ କରିବାର ଅଭିଯୋଗ ଲଗାଇଛନ୍ତି।

ଭିଓ୍ବାନିର ସେକ୍ଟର-୧୩ ବାସିନ୍ଦା ୩୮ବର୍ଷର ସାବୁ,ରେଓ୍ବାଡ଼ିରେ ଏକ ଘରୋଇ କୃଷ୍ଣା ଆଇ ହସ୍ପିଟାଲରେ ଆଡମିନିଷ୍ଟେଟର ଭାବେ କାମ କରୁଥିଲେ। ହସ୍ପିଟାଲର ଷ୍ଟାଫ ସହ ବିବାଦ କାରଣରୁ ବିଳମ୍ବିତ ରାତି ୨ଟାବେଳେ ଫେସବୁକରେ ଲାଇଭ ଆସି ନିଜ ବନ୍ଧୁକରେ ଗୁଳି କରି ଆତ୍ମହତ୍ୟା କରିବା କଥା କହିଥିଲେ।

ପାଖାପାଖି ୪-୫ମିନିଟ୍ ପରେ ଫେସବୁକ୍ ଲାଇଭରେ ସାବୁ ନିଜ ସହ କର୍ମଚାରୀ ଋଷିଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରିବାର ଅଭିଯୋଗ କରିଥିଲେ। ଏହା ସହିତ ପ୍ରବନ୍ଧକ ଗୋପାଳ ଏବଂ କୌଣସି ମମତା ମ୍ୟାଡମଙ୍କୁ ମାମଲାର ସମାଧାନ ନ କରିବା ପାଇଁ ଦୋଷ ଦେଉଥିଲେ ଏବଂ ଏହା ପରେ ନିଜ ଲାଇସେନ୍ସ ଯୁକ୍ତ ରିଭଲଭରରେ ୨-୩ରାଉଣ୍ଡ ଗୁଳି କରି ଆତ୍ମହତ୍ୟା କରିଥିଲେ।

ପରିବାର ଲୋକଙ୍କୁ ଏବିଷୟରେ ଜଣା ପଡ଼ିବାରୁ ସେମାନେ ପୋଲିସକୁ ସୂଚନା ଦେଇଥିଲେ ଏବଂ ହସ୍ପିଟାଲର ସେହି ଲୋକଙ୍କୁ ଚିହ୍ନଟ କରିଥିଲେ ଯେଉଁମାନଙ୍କ ବିରୋଧରେ ଅଭିଯୋଗ ହୋଇଛି।

ମୃତକଙ୍କ ଦାଦା କହିଥିଲେ ଯେ ସାବୁ ରାତି ପାଖାପାଖି ୧୧ଟାବେଳେ ଘରୁ ବାହାରିଥିଲେ ଏବଂ ବିଳମ୍ବିତ ରାତି ୨ଟାବେଳେ ଫେସବୁକରେ ଲାଇଭ ଆସି ପାର୍କରେ ନିଜକୁ ଗୁଳି କରିଥିଲେ।

ମୃତକ ସାବୁ ୩ପିଲାଙ୍କ ବାପା ଥିଲେ। ତାଙ୍କର ଜଣେ ସାନ ଝିଅ ଏବଂ ଦୁଇ ପୁଅ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.