ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

Published By : Prameya-News7 Bureau | November 28, 2019 IST

ଟାଙ୍ଗି୨୮|୧୧: ଟ୍ରେନ ଆଗକୁ ଡେଇଁ ପଡିଲା ଯୁବକ , ସେହିଠାରେ ମୁଣ୍ଡଠାରୁ ଶରୀର ଅଲଗା ହୋଇଗଲା । ଟ୍ରେନରେ ଯାତ୍ରା କରିବାକୁ ଅପେକ୍ଷା କରିଥିବା ଶହ-ଶହ ଯାତ୍ରୀ ହତବାକ ହୋଇଗଲେ । ଏହି ଘଟଣା କାଳୁପଡାଘାଟ ରେଳ ଷ୍ଟେସନଠାରେ ଘଟିଛି ।

ଷ୍ଟେସନରେ ଆଉଟ-ପାଉଟ ହୋଇ ଏଣେ-ତେଣେ ବୁଲୁଥିବା ଯୁବକ ହଠାତ ଏକ ମାଲ-ବାହୀ ଟ୍ରେନ ଆଗକୁ ଡେଇଁ ପଡି ଆତ୍ମହତ୍ୟା କରିଛି । ହେଲେ ଏହି ଯୁବକ ଜଣକ କିଏ  ଓ  କାହିଁକି ଏଭଳି କାମ କଲା ତାହା ଏଯାଏଁ ଜଣାପଡିନାହିଁ ।   ରେଳବାଇ ଥାନା ପୋଲିସ ତଦନ୍ତ ପରେ ଘଟଣା ର ପ୍ରକୃତ ରହସ୍ୟ ସାମ୍ନାକୁ ଆସିବ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.