Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ହୋଟେଲ ରୁମରେ ଯୁବତୀଙ୍କୁ ଗୁଳି କରି ଆତ୍ମହତ୍ୟା କଲା ଯୁବକ ; କାରଣ ଅସ୍ପଷ୍ଟ

23/11/2018 at 3:53 PM

ନଏଡା ୨୩/୧୧ : ନଏଡା ସେକ୍ଟର-୬୩ ସ୍ଥିତ ଛିଯାରାଶି ଗାଁର ଏକ ହୋଟେଲ ରୁମକୁ ଜଣେ ଯୁବକ ନିଜର ଜଣେ ସହପାଠୀକୁ ନେଇ ଯାଇଥିଲା ଏବଂ ସେଠାରେ ଯୁବତୀଙ୍କୁ ଗୁଳି କରିବା ପରେ ନିଜେ ପଙ୍ଖାରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଛି | ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ହୋଟେଲରେ ପହଞ୍ଚିଥିଲା ଏବଂ ଗୁରୁତର ଯୁବତୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା | ଯୁବତୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ତାଙ୍କୁ ଦିଲ୍ଲୀ ସ୍ଥାନାନ୍ତର କରାଯାଇଛି | ପୋଲିସ ଯୁବକଙ୍କ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି | ଖବର ଜାଣିବା ପରେ ସ୍ଥାନୀୟ ଅଂଚଳରେ ହଇଚଇ ଖେଳିଯାଇଛି | ପୋଲିସ ଏହି ହତ୍ୟା ଷଡଯନ୍ତ୍ର ଏବଂ ଆତ୍ମହତ୍ୟାର କାରଣ ଖୋଜୁଛି | ପୋଲିସ ହୋଟେଲର ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ କରିଛି | ସିସିଟିଭି ଫୁଟେଜରେ ପୋଲିସ ଯୁବକ ଯୁବତୀଙ୍କ ସହ ଅନ୍ୟ ଜଣେ ଯୁବକ ଥିବା ଜାଣିବାକୁ ପାଇଛି | ତେବେ ପୋଲିସ ପତା ଲଗାଉଛି ସେହି ଯୁବକ ଜଣକ କିଏ |

ମୃତ ଯୁବକ ଜଣକ ହେଲେ ମୋହିତ ଯାଦବ ଏବଂ ଗୁରୁତର ଯୁବତୀ ହେଲେ ନେହା | ହୋଟେଲରେ ଲାଗିଥିବା ସିସିଟିଭିରେ ପୋଲିସ ଦେଖିଥିଲା ଯେ, ଉଭୟ ମୋହିତ ଏବଂ ନେହା ହୋଟେଲର ରିସେପସନରେ ଛିଡା ହୋଇଥିଲେ ଏବଂ ତାଙ୍କ ସହ ଥିବା ଅନ୍ୟ ଜଣେ ଯୁବକ ରୁମ ବୁକିଂ କରିଥିଲେ | ଏହାପରେ ତିନି ଜଣ ଯାକ ରୁମକୁ ଯାଇଥିଲେ | କିଛି ସମୟ ପରେ ସେହି ଯୁବକ ହୋଟେଲରୁ ବାହାରିଯାଇଥାଏ |

ଏହାର କିଛି ସମୟ ପରେ ହୋଟେଲର ସେହି ରୁମରୁ ଗୁଳି ବାଜିବା ଶବ୍ଦ ଏବଂ ଯୁବତୀ ପାଟି କରିବା ଶୁଣିଥିଲେ ଲୋକେ | ଏହାପରେ ହୋଟେଲ କର୍ମଚାରୀ ଦୌଡ଼ି ଯାଇ ଘଟଣା ସମ୍ପର୍କରେ ପତା କରିବାକୁ ଚେଷ୍ଟା କରିଥିଲେ | କିନ୍ତୁ ମୋହିତ ରୁମର କବାଟ ଖୋଲିନଥିଲା | ବରଂ କହିଥିଲା କିଛି ହେଇନାହିଁ, ସବୁ ଠିକ ଅଛି | କିନ୍ତୁ ହୋଟେଲ କର୍ମଚାରୀଙ୍କୁ ସନ୍ଦେହ ହୋଇଥିଲା | କର୍ମଚାରୀ ଅନ୍ୟ ଏକ ରୁମରୁ ଦେଖିବାକୁ ପାଇଥିଲେ ଯେ, ଯୁବତୀ ରକ୍ତାକ୍ତ ଅବସ୍ଥାରେ ବାଥରୁମରେ ପଡିଛନ୍ତି | ସଂଗେସଂଗେ ହୋଟେଲ କର୍ମଚାରୀ ପୋଲିସକୁ ଖବର ଦେଇଥିଲେ |

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା | ପୋଲିସ ରୁମର କବାଟ ଭାଙ୍ଗି ଦେଖିବା ବେଳକୁ ମୋହିତର ମୃତଦେହ ପଙ୍ଖାରେ ଝୁଲୁଥିବା ଦେଖିବାକୁ ପାଇଥିଲା | ପାଖରେ ନେହା ରକ୍ତାକ୍ତ ଅବସ୍ଥାରେ ପଡ଼ିଥିଲେ | ନେହାକୁ ପୋଲିସ ହସ୍ପିଟାଲରେ ଭର୍ତ୍ତି କରାଇଥିଲା | ନେହାଙ୍କ ଛାତିରେ ଗୁଳି ବାଜିଥିବା ଡାକ୍ତର କହିଥିଲେ | ପୋଲିସ ରୁମରୁ ଏକ ପିସ୍ତଲ ଜବତ କରିଛି |

ପୋଲିସ ସୂତ୍ର ଅନୁଯାୟୀ, ୧୯ ବର୍ଷ ବୟସ୍କ ନେହା ଗାଜିଆଵାଦରୁ ଆସି କେଡି କ୍ୟାମ୍ପସରେ ଆରପିଏଫ କୋର୍ସ ପାଇଁ ନାମ ଲେଖାଇଥିଲେ | ଦିନେ ପରେ ମୋହିତ ଯାଦବ ନାମ ଲେଖାଇଥିଲେ | କଲେଜର ସିସିଟିଭି ଫୁଟେଜରୁ ଜଣ ପଡିଛି ଯେ ଉଭୟ ମଧ୍ୟରେ ଭଲ ସମ୍ପର୍କ ଥିଲା | ତେଣୁ ନେହା ମୋହିତ ସହ ହୋଟେଲକୁ ଆସିଥିଲା |

ଏବେ ପ୍ରଶ୍ନ ଉଠୁଛି ହୋଟେଲ ରୁମରେ ଏମିତି କଣ ହେଲା ଯେ, ମୋହିତ ନେହାକୁ ଗୁଳି କରି ନିଜେ ଆତ୍ମହତ୍ୟା କରିଦେଲା | ତେବେ ପୋଲିସ ଏହି ହତ୍ୟା ଉଦ୍ୟମ ଏବଂ ଆତ୍ମହତ୍ୟାର କାରଣ ଖୋଜୁଛି |

   Related Posts