Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ଗୁପ୍ତ ରୋଗରେ ପୀଡିତ ଥିଲେ ଯୁବକ, ବିବାହ ପାଇଁ ବାଧ୍ୟ କରିବାରୁ ପରିବାରର ୫ଜଣଙ୍କୁ ହତ୍ୟା କରି ଆତ୍ମହତ୍ୟା କଲେ ଯୁବକ

4/08/2019 at 1:43 PM

ମୋଗା ୪|୮: ପଞ୍ଜାବ ମୋଗାରେ ଜଣେ ଯୁବକ ନିଜ ପରିବାରର ୫ସଦସ୍ୟଙ୍କୁ ଗୁଳିକରି ହତ୍ୟା କରିଛନ୍ତି । ହତ୍ୟାକାଣ୍ଡ ପରେ ଯୁବକ ଆତ୍ମହତ୍ୟା କରିଥିବା ଜଣାପଡିଛି । ଖବର ପାଇବା ପରେ ଘଟଣାସ୍ଥଳରେ ପୋଲିସ ଏବଂ ଫୋରେନ୍ସିକ୍ ବିଭାଗର ଏକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ବ୍ୟକ୍ତିଙ୍କ ଶବ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଦେଇଛି । ଏଭଳି ଜଘନ୍ୟ ହତ୍ୟାକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି । ୧୯ ପେଜ୍ ର ସୁଇସାଇଡ୍ ନୋଟ୍ ମଧ୍ୟ ଜବତ ହୋଇଛି ।  

ସୂଚନାଯୋଗ୍ୟ ଯେ, ମୋଗା ଥାନା ଅଞ୍ଚଳରେ ନଥିବାଲା ଗରବୀ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ସ୍ଥାନୀୟ ଅଞ୍ଚଳରେ ରହୁଥିବା ସନ୍ଦୀପ ସିଂ ଓରଫ ସନ୍ନି ବାପା ମାଙ୍କର ଏକମାତ୍ର ପୁତ୍ର ସନ୍ତାନ । ସନ୍ନିର ଏକମାତ୍ର ଭଉଣୀର ବିବାହ ଶହଜାଦି ଗାଁରେ ହୋଇଥିଲା । ସେ ଏବେ ବିଦେଶରେ ରହୁଥିଲେ । ଗତ ଶୁକ୍ରବାର ଦିନ ସନ୍ନି ତାର ଭଉଣୀ ଏବଂ ଭାଣିଜୀଙ୍କୁ ଶ୍ବଶୁର ଘରୁ ଆଣିଆସିଥିଲେ ।

ସନ୍ନିର ବିବାହ ହତ୍ୟାକାଣ୍ଡର ମୁଖ୍ୟ କାରଣ ଥିବା ଜଣାପଡିଛି । ସଂପର୍କୀୟ ଏବଂ ପଡୋଶୀମାନଙ୍କ କହିବା ଅନୁସାରେ ସନ୍ନି ବିବାହ ପାଇଁ ରାଜି ନଥିଲା । ମାତ୍ର ପରିବାରଲୋକ ବିବାହ ପାଇଁ ତାଙ୍କ ଉପରେ ଚାପ ପକାଉଥିଲେ।  ଫଳରେ ସଂପର୍କୀୟଙ୍କ ସହଯୋଗରେ ସନ୍ନିର ବିବାହ ଠିକ୍ ହୋଇଯାଇଥିଲା । ପରିବାରର ସମସ୍ତ ସଦସ୍ୟ ବିବାହର ପ୍ରସ୍ତୁତିରେ ଲାଗିପଡିଥିଲେ ।  

ସନ୍ନି ଗୁପ୍ତ ରୋଗରେ ପୀଡିତ ଥିଲା । ଏଥିପାଇଁ ସେ ଅବସାଦରେ ରହୁଥିଲେ । ଫଳରେ ସେ ମଦ ପିଇବା ଆରମ୍ଭ କରିଦେଇଥିଲେ ।  ସେ ବିବାହ କରିବା ପାଇଁ ଚାହୁଁନଥିଲା । ଫଳରେ ସେ ପରିବାର ସଦସ୍ୟଙ୍କୁ ମାରିବା ପାଇଁ ଯୋଜନା ପ୍ରସ୍ତୁତ କଲା । ପ୍ରଥମେ ସେ ପରିବାରର ୫ଜଣଙ୍କୁ ଗୁଳି କରି ହତ୍ୟା କରିଥିଲା । ହତ୍ୟାକାଣ୍ଡ ପରେ ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା କରିଥିଲା ।  ସନ୍ନି ତାର ବାପା, ମାଆ, ଭଉଣୀ, ଭାଣିଜୀ, ଜେଜେମାଙ୍କୁ ହତ୍ୟା କରିଛି । ତାଙ୍କ ଦାଦା ଗୁରୁଚରଣ ସିଂହ ଗୁରୁତର ଭାବେ ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଫରିଦକୋର୍ଟ ସ୍ଥିତ ବାବା ଫରିଦ ମେଡିକାଲ ୟୁନିଭରସିଟିରେ ଭର୍ତ୍ତି କରାଯାଇଛି । ପଡୋଶୀମାନେ ତାଙ୍କ ଘରୁ ଚିତ୍କାର କରିବାର ଶବ୍ଦ ଶୁଣିବା ପରେ ଘଟଣା ସଂପର୍କରେ ଜଣାପଡିଥିଲା । ପଡୋଶୀମାନେ ଏ ନେଇ ପୋଲିସକୁ ଖବର ଦେଇଥିଲେ ।

   Related Posts