ନିଜ ଛାତିରେ ଛୁରୀ ଭୁଷି ଆତ୍ମହତ୍ୟା କଲେ ଯୁବକ : ପରିବାର ସହ ହୋଇଥିଲା ବଚସା

Published By : Prameya-News7 Bureau | December 11, 2020 IST

ନୂଆଦିଲ୍ଲୀ ୧୧/୧୨: ଦିଲ୍ଲୀରେ ଜଣେ ଯୁବକ ପରିବାର ସହ ବିବାଦ ପରେ ନିଜ ଛାତିରେ ଛୁରୀ ଭୁଷି ଆତ୍ମହତ୍ୟା କରିଛନ୍ତି। ଘଟଣାଟି ବୁଧବାର ରାତିରେ ପଶ୍ଚିମ ବିହାରରେ ଘଟିଛି। ପୋଲିସର କହିବା ଅନୁସାରେ,ଉଦୟ ମେହତା,ଦିଲ୍ଲୀର ସୁନ୍ଦର ବିହାର ଅଞ୍ଚଳରେ ରହୁଥିଲେ। ସେ ପେଶାରେ ଜଣେ ଇଞ୍ଜିନିୟର ଥିଲେ। ସେ କରୋନା ମହାମାରୀରେ ଘରୁ କାମ କରୁଥିଲେ।

ତଦନ୍ତରୁ ଜଣା ପଡ଼ିଥିଲା ଯେ ମୃତ ଯୁବକ ଏବଂ ତାଙ୍କ ପରିବାରର କୌଣସି କାରଣକୁ ନେଇ ବିବାଦ ହୋଇଥିଲା। ଏହି କାରଣରୁ ଉଦୟ ନିଜ ପରିବାରର ସଦସ୍ୟଙ୍କୁ ଧମକ ଦେଇଥିଲେ। ଏହା ପରେ ନିଜ ଛାତିରେ ଛୁରୀରେ ଭୁଷି ଚାଲିଥିଲେ। ପରିବାରର ଲୋକେ ତାଙ୍କୁ ବୁଝାଇବାକୁ ବହୁତ ଉଦ୍ୟମ କରିଥିଲେ । କିନ୍ତୁ ସେ ନିଜ ଶରୀରକୁ ଆଘାତ ଦେଇ ଚାଲିଥିଲେ।

ପୋଲିସ କହିବା ଅନୁସାରେ ପରିବାରର ବାକି ଲୋକ ତାଙ୍କୁ ସାନ୍ତ୍ବନା ଦେବାକୁ ଉଦ୍ୟମ କରିଥିଲେ। ସେତିକିବେଳେ ସେ ଆହୁରି ଅଧିକ ଆକ୍ରମଣାତ୍ମକ ହୋଇଯାଇଥିଲେ ଏବଂ ନିଜ ପରିବାର ସାମନାରେ ନିଜ ଛାତିରେ ଛୁରୀରେ ଆକ୍ରମଣ କରିବାକୁ ଲାଗିଥିଲେ। ତାଙ୍କ ପରିବାର ଲୋକେ ତାଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ପହଞ୍ଚାଇଥିଲେ ଯେଉଁଠାରେ ତାଙ୍କୁ ମୃତ ଘୋଷିତ କରି ଦିଆଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.