ନୋଇଡ଼ା୨୩/୧୧: ନୋଇଡ଼ାସ୍ଥିତ ଗୋଲଫ୍ଫୋର୍ସ ମେଟ୍ରୋ ଷ୍ଟେସନରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକ ଚଳନ୍ତା ଟ୍ରେନ ସାମ୍ନାକୁ ଡ଼େଇଁ ଆତ୍ମହତ୍ୟା କରିଛନ୍ତି। ପୋଲିସର ସୂଚନା ମୁତାବକ ଶନିବାର ସକାଳ ୯.୧୫ ମିନିଟ୍ରେ ଜଣେ ଯୁବକ ଅଚାନକ ଚଳନ୍ତା ଟ୍ରେନ ସାମ୍ନାକୁ ଡ଼େଇଁ ଆତ୍ମହତ୍ୟା କରିଛନ୍ତି।
ସୂଚନା ଅନୁସାରେ ମୃତକ ହେଉଛନ୍ତି ଦିଲ୍ଲୀର ବାସିନ୍ଦା ୨୫ ବର୍ଷ ବୟସ୍କ ଯୁବକ ରୁପ୍କ୍ସ ପାଲ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯୁବକଙ୍କ ଶବ ଜବତ କରିଛି। ସେ କାହିଁକି ଏପରି କଲେ ତାର କାରଣ ଏପର୍ଯ୍ୟନ୍ତ ମିଳି ନାହିଁ।
ଯୁବକ ଚଳନ୍ତା ଟ୍ରେନ ସାମ୍ନାକୁ ଡ଼େଇଁ ପଡ଼ିବାରୁ ମେଟ୍ରୋର ବ୍ଲୁ ଲାଇନ ସେବାରେ ବାଧାପ୍ରାପ୍ତ ହୋଇଥିଲା। ସେଥିଲାଗି ବହୁ ଯାତ୍ରୀ ଅସୁବିଧାର ସମ୍ମୁ୍ଖୀନ ହୋଇଛନ୍ତି।