ସରକାରୀ ଆବାସ ନପାଇ ଯୁବକଙ୍କ ଆତ୍ମହତ୍ୟା ; ମୃତ୍ୟୁ ପୂର୍ବରୁ ଫେସବୁକରେ ଲାଇଭ୍ କରି ଜଣାଇଥିଲେ ଦୁଃଖ, ଭିଡିଓ ଭାଇରାଲ୍

Published By : Prameya-News7 Bureau | January 17, 2019 IST

ଖୋର୍ଦ୍ଧା ୧୭|୧: ସରକାରୀ ଆବାସ ନପାଇ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି । ମୃତ ଯୁବକ ଜଣକ ହେଲେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅଂଚଳ ନନପଡାର ଲକ୍ଷ୍ମୀଧର ବେହେରା । ପୋଲିସ ତାଙ୍କ ମୃତଦେହ ନିକଟରୁ ଗୋଟିଏ ବ୍ୟାଗରୁ କିଛି ଲୁଗାପଟା ଓ ଦାନାଦାର ପ୍ୟାକେଟ୍ ଜବତ କରିଛି । ଘଟଣାରୁ ଅନୁମାନ କରାଯାଉଛି ଲକ୍ଷ୍ମୀଧର ଦାନାଦର ଖାଇ ଆତ୍ମହତ୍ୟା କରିଛନ୍ତି । ପୋଲିସ ମୃତଦେହକୁ ଖୋର୍ଦ୍ଧା ମେଡିକାଲକୁ ଆଣି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳାଇଛି ।

{"id":74972,"align":"center"}

ଅନ୍ୟପଟେରେ ଲକ୍ଷ୍ମୀଧରଙ୍କର ଏକ ଭିଡ଼ିଓ ଭାଇରଲ ହୋଇଛି । ଲକ୍ଷ୍ମୀଧର ନିଜେ ଏହି ଭିଡିଓରେ କହିଛନ୍ତି ଯେ, ସରକାରୀ ଯୋଜନାରେ ଘରଟିଏ ପାଇବା ପାଇଁ ସେ ବହୁବାର ସରକାରୀ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା । ବରଂ ସରକାରୀ ଅଧିକାରୀ ତାଙ୍କୁ ୨୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ ବୋଲି ସେ ଭିଡ଼ିଓରେ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.