ଅଭାବନୀୟ : ଶିବ ମନ୍ଦିର ଉପରେ ହଠାତ୍‌ ଚଢିଗଲା ଯୁବକ, ଆଉ ତାପରେ...

Published By : Prameya-News7 Bureau | April 04, 2021 IST

ବାଲିଗୁଡ଼ା ୦୪।୦୪: ମନ୍ଦିର ଉପରେ ଚଢିଗଲା ଯୁବକ । ମାନସିକ  ଭାରସାମ୍ୟ ହରାଇ ଶିବ ମନ୍ଦିର ଉପରେ ଚଢିଗଲା ଯୁବକ । ମୃତ୍ୟୁମୁଖରୁ ଯୁବକଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ବାରଖମାରେ ଘଟିଛି ଏପରି ଅଭାବନୀୟ ଘଟଣା ।

ଖବର ଅନୁଯାୟୀ, ବାଲିଗୁଡ଼ା ଥାନା ଅନ୍ତର୍ଗତ ବାରଖମାରେ ଦୁଃଖୀ ଶ୍ୟାମ ଘଡେ଼ଇ ନାମକ ଜଣେ ଦଣ୍ଡୁଆ ମାନସିକ ଭାରସାମ୍ୟ ହରାଇ ଶିବ ମନ୍ଦିର ଉପରେ ଚଢ଼ି ଯାଇଥିଲେ । ଯାହାକୁ ଦେଖି ସ୍ଥାନୀୟ ଲୋକେ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ l ଅଗ୍ନିଶମ ବିଭାଗ ସତର୍କତାର ସହ ଯୁବକଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ । ଯୁବକଙ୍କୁ ଚିକିତ୍ସା ପାଇଁ ବାରଖମା ମେଡିକାଲ ରେ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.