ରାସ୍ତାରେ ଛେପ ପକାଇଲେ, ନିଜ ସାର୍ଟ ଖୋଲି ପୋଛିଲେ : କରୋନା ନିୟମ ଉଲଙ୍ଘନକାରୀ ଯୁବକକୁ ଏମିତି ପାନେ ଦେଲା ପୋଲିସ

Published By : Prameya-News7 Bureau | April 30, 2020 IST

କୋଲକାତା, ୩୦|୦୪:   ସାରା ଦେଶ ଏବେ କରୋନା ଭାଇରସ ବିରୋଧରେ ଲଢୁଛି । ସରକାର ଲଗାତାର ଭାବେ ଲୋକଙ୍କୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଗାଇଡଲାଇନ୍ ଜାରି କରୁଛନ୍ତି । ଏହା ପରେ ମଧ୍ୟ ଅନେକ ଗାଇଡଲାଇନର ପାଳନ କରୁନାହାଁନ୍ତି । ଏହି ନିୟମ ଖିଲାପକାରୀଙ୍କ ପୋଲିସ ଉପଯୁକ୍ତ ଦଣ୍ଡ ମଧ୍ୟ ଦେଉଛି ।  ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣ ଜିଲ୍ଲାରେ ରାସ୍ତାରେ ପାନ ଛେପ ପକାଇବା ଅପରାଧରେ ପୋଲିସ ଜଣେ ଯୁବକଙ୍କ ପୋଷାକ ଖୋଲିବା ସହ ଏହି ପୋଷାକରେ ରାସ୍ତା ସଫା କରାଇଛି ।  

ସୂଚନାନୁସାରେ. ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାରେ ଜଣେ ଯୁବକ ରାସ୍ତାରେ ପାନ ଛେପ ପକାଇଥିଲେ । ଏହା ପୋଲିସର ନଜରକୁ ଆସିଥିଲା । ଟ୍ରାଫିକ୍ ପୋଲିସ ସେହି ସମୟରେ ଯୁବକଙ୍କୁ ଧରି ପୋଷାକ କୋଲି ରାସ୍ତା ସଫା କରିବାକୁ କହିଥିଲା ।

ସୂଚନାଯୋଗ୍ୟ, କରୋନା ଭାଇରସକୁ ନଜରରେ ରଖି ପୋଲିସ ରାସ୍ତାରେ ଛେପ ପକାଇବା ଉପରେ ରୋକ ଲଗାଇଛି । ଏପରି କିଏ କଲେ ସେଥିପାଇଁ ଦଣ୍ଡ ବାବଦରେ ମଧ୍ୟ ସୂଚନା ଦିଆଯାଇଛି । ଏହାପରେ ମଧ୍ୟ କିଛି ବ୍ୟକ୍ତି ନିୟମ ମାନୁ ନାହାଁନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.