ଦିନ ଦ୍ବିପ୍ରହରରେ ବାଇକ୍ ଲୁଟିନେଲେ ଲୁଟେରା, CCTVରେ କଏଦ ହେଲା ପୂରା ଦୃଶ୍ୟ

Published By : Prameya-News7 Bureau | July 27, 2021 IST

ସମ୍ବଲପୁର ୨୭।୭: ସମ୍ବଲପୁର ସାକ୍ଷୀପଡାରେ ଦିନ ଦ୍ବିପ୍ରହରରେ ବାଇକ୍ ଚୋରି । ସିସିଟିଭିରେ କଏଦ ହେଲା ଲୁଟ୍ ବେଳର ଦୃଶ୍ୟ ।  

ସୂଚନାଯୋଗ୍ୟ ଯେ, ସମ୍ବଲପୁର ସହରରେ ଦିନକୁ ଦିନ ଚୋରି, ଲୁଟ୍ ବଢୁଥିବାବେଳେ ଦିନ ଦ୍ବିପ୍ରହରରେ ଚାଲିଛି ବାଇକ୍ ଚୋରି । ସିସିଟିଭିକୁ ବି ଖାତିର କରୁନାହାନ୍ତି ଲୁଟେରା । ସୂଚନା ଅନୁସାରେ ସାକ୍ଷୀପଡାର ବ୍ୟବସାୟୀ ସୁଶୀଲ ଶର୍ମା ନିଜ ବାଇକକୁ ଘର ବାହାରେ ରଖିଥିଲେ । ତେବେ ଜଣେ ଲୁଟେରା ଆସି ପ୍ରଥମେ ବାଇକ୍‌କୁ ନିରୀକ୍ଷଣ କରିଥିଲେ । ପରେ ବାଇକ୍‌କୁ ଧରି ଫେରାର ହୋଇଯାଇଥିଲେ । ଲୁଟ୍ ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.