କୋଭିଡରେ ଆଖିବୁଜିଲେ ଯୁବ ବ୍ୟବସାୟୀ, ବାପ ଛେଉଣ୍ଡ ହୋଇଗଲେ ଦୁଇ ଭାଇ

Published By : Prameya-News7 Bureau | June 15, 2021 IST

ନୀଳଗିରି ୧୫/୦୬: ବାଲେଶ୍ଵର ଜିଲ୍ଲା ନୀଳଗିରିର ବିଶିଷ୍ଟ ବ୍ୟବସାୟୀ ସୂର୍ଯ୍ୟନାରାୟଣ ପଣ୍ଡାଙ୍କର କୋଭିଡରେ ଅକାଳ ବିୟୋଗ ଘଟିଛି। ଫଳରେ ତାଙ୍କର ଦୁଇ ଛୋଟ ଛୋଟ ପୁଅ ବାପ ଛେଉଣ୍ଡ ହୋଇଛନ୍ତି। ଏ ନେଇ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ସୂଚନାଯୋଗ୍ୟ ନୀଳଗିରି ଏନଏସି ଅନ୍ତର୍ଗତ ମିରିଗିଣି ଅଞ୍ଚଳର ଶ୍ୟାମସୁନ୍ଦର ପଣ୍ଡାଙ୍କ ସାନ ପୁଅ ସୂର୍ଯ୍ୟନାରାୟଣ (୪୬)କୋଭିଡରେ ଆକ୍ରାନ୍ତ ହୋଇ ଘରେ ଚିକିତ୍ସିତ ହେଉଥିଲେ। ଗତ ରବିବାର ଦିନ ହଠାତ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ବାଲେଶ୍ଵର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଗତକାଲି ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରୁ ତାଙ୍କୁ ବାଲେଶ୍ଵର ଜ୍ୟୋତି କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ପ୍ରଥମେ ଆଇସିୟୁ ପରେ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଉଥିଲା।ଗତକାଲି ରାତିରେ ବିପି ଅତ୍ୟଧିକ ବୃଦ୍ଧି ଘଟିଥିବା ବେଳେ ହୃଦଘାତ ହୋଇଥିଲା।ଡାକ୍ତର ତୁରନ୍ତ ଚିକିତ୍ସା ଯୋଗାଇ ଦେଇଥିବା ବେଳେ ଆଜି ଦିନ ୯ ଟା ରେ ତାଙ୍କର ମୃତ୍ୟୁ ହୋଇଛି।

{"id":466709,"sizeSlug":"large","linkDestination":"none"}

ତାଙ୍କର ମର ଶରୀରକୁ ଅନ୍ତିମ ଦର୍ଶନ ପାଇଁ ତାଙ୍କ ସାଙ୍ଗ, ସାଥି ଓ ଅଞ୍ଚଳବାସୀ ପହଞ୍ଚିଥିଲେ। ପ୍ରଶାସନ ତାରଫରୁ ମୁକ୍ତି ଦ୍ୱାରରେ ଅନ୍ତିମ ସଂସ୍କାର କରାଯାଇଛି। ବଡ଼ ପୁଅ କାହ୍ନା ମୁଖାଗ୍ନି ଦେଇଥିଲେ। ସାନପୁଅ କାଳିଆ, ସ୍ତ୍ରୀ ,ବଡ଼ ଭାଇ ଭଣଜା ଓ ତାଙ୍କ ସଢୁ ନିଉଜ -୭ର ପ୍ରତିନିଧି ବ୍ରଜକିଶୋର ପାଣି ଅନ୍ତିମ ସଂସ୍କାର ସମୟରେ ଉପସ୍ଥିତ ଥିଲେ। ସୂର୍ଯ୍ୟନାରାୟଣ ଜଣେ ବିଶିଷ୍ଟ ବ୍ୟବସାୟୀ ଥିବା ବେଳେ ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ତାଙ୍କ ମୃତ୍ୟୁରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ,ତାଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ, ନୀଳଗିରି  ବିଧାୟକ ଇଂ ସୁକାନ୍ତ କୁମାର ନାୟକ, ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ, ଅକ୍ଷୟ ଆଚାର୍ଯ୍ୟ, ଦୀପ୍ତିକାନ୍ତ ମହାପାତ୍ର ସମେତ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଗଭୀର ଶୋକ ପ୍ରକାଶ କରି ପରିବାରଙ୍କୁ ଧୈର୍ଯ୍ୟ ଓ ସାହାସ ଦେବାକୁ ପ୍ରାର୍ଥନା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.