ଧାନଗଦାରେ ଯୁବକଙ୍କୁ ଜିଅନ୍ତା ଜାଳିଦେଇଥିବା ଅଭିଯୋଗ
10/12/2018 at 11:46 AM

ମୟୁରଭଞ୍ଜ ୧୦|୧୨: ଧାନଗଦାରେ ଜିଅନ୍ତା ଯୁବକଙ୍କ ଜାଳିଦେଇଥିବା ଅଭିଯୋଗ ହୋଇଛି । ରାଇରଙ୍ଗପୁର ଥାନା ଦାଣ୍ଡବୋଷ ଗାଁରେ ଅଭାବନୀୟ ଘଟଣା ଘଟିଛି । ଡୁଙ୍ଗୁରି ନିକଟସ୍ଥ ଏନଏଚ ୨୦ କଡରୁ ଜଳିଯାଇଥିବା ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ପରିଚୟ ମିଳିପାରିନି । ଆଜି ସକାଳୁ ଧାନଗଦାରୁ ଧୂଆଁ ବାହାରୁଥିବା ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୋଡିଯାଇଥିବା ମୃତଦେହକୁ ଉଦ୍ଧାର କରିଛି । କିଏ ଓ କାହିଁକି ଏପରି ନୃଶଂସ କାଣ୍ଡ ଘଟାଇଛି ତାର ଛାନ୍ ଭିନ୍ କରୁଛି ପୋଲିସ ।
Related Posts
ଝାରସୁଗୁଡା: ଜିଲ୍ଲା ସ୍ତରୀୟ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ
24 January 2021