ଆଦିବାସୀ ଯୁବକ ତିଆରି କଲେ ଏମିତି ଏକ ପେଟ୍ରୋଲ ବିତରଣ ମେସିନ, ଟଙ୍କା ପୁରାଇଲେ ବାହାରୁଛି ପେଟ୍ରୋଲ

Published By : Prameya-News7 Bureau | February 18, 2019 IST

ଘଟଗାଁ ୧୮|୨: ସାଧାରଣତଃ  ବିଭିନ୍ନ ବ୍ୟାଙ୍କର ଏଟିଏମ ମେସିନରେ କାର୍ଡ ପୁରାଇଲେ ଟଙ୍କା ବାହାରିବା କଥା ଲୋକମାନେ ଜାଣିଛନ୍ତି । ହଲେ ଟଙ୍କା ପୁରାଇଲେ ପଟ୍ରୋଲ ବାହାରିବା ଘଟଣା କବେ ଜାଣିନଥିଲେ । ଏମିତି ଏକ ଆଶ୍ଚର୍ଯ୍ୟଜନକ ମେସିନ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ଅନ୍ତର୍ଗତ ବ୍ରାହ୍ମଣିପାଳ ଅଂଚଳରେ ।

{"id":86405}

ଯେପରି  ଏଟିଏମ ମେସିନରେ କାର୍ଡ ପୁରାଇଲେ ଟଙ୍କା ବାହାରିଥାଏ । ସେମିତି ଏଠାରେ ଟଙ୍କା ପୁରାଇଲେ ପଟ୍ରୋଲ ବାହାରୁଥିବା ଦେଖିବାକୁ ମିଳୁଛି। କଥାଟି ବିଶ୍ବାସ ନ ହଲେବି ସତ ।  ବ୍ରାହ୍ମଣିପାଳ ଅଂଚଳର ଜିତେନ୍ଦ୍ର ହେମ୍ବ୍ରମ ଏମିତି ଏକ ଅଶ୍ଚର୍ଯ୍ୟକର ମେସିନକୁ ଉଦ୍ଭାବନ କରିଛନ୍ତି । ଅନ୍ୟପକ୍ଷରେ ଜିତେନ୍ଦ୍ରଙ୍କୁ ଯଦି ସରକାରୀ ପ୍ରୋତ୍ସାହନ ମିଳେ ସେ ନିଜର ମିନି ପଟ୍ରୋଲ ପମ୍ପଟିକୁ ଆଗାମୀ ଦିନରେ ଆହୁରି ଉନ୍ନତମାନର କରିପାରିବେ । ଏଥତ୍ସହିତ ଆଗାମୀ ଦିନରେ ଏପରି ଅନେକ ଆକର୍ଷଣୀୟ ଉନ୍ନତମାନର ମେସିନ ଉଦ୍ଭାବନ କରିବାରେ ସଫଳ ହୋଇପାରିବେ । 

{"id":86406}

କାହ୍ନୁଚରଣ ହେମ୍ବ୍ରମଙ୍କ ସାନପୁଅ ଜିତେନ୍ଦ୍ର ହେମ୍ବ୍ରମ  ମାତ୍ର ୨୦ ବର୍ଷ ବୟସରେ ଉଦ୍ଭାବନ କରିଛନ୍ତି ଏହି ପଟ୍ରୋଲ ଏଟିଏମ ମେସିନ । ଅର୍ଥ ଅଭାବରୁ ଜିତେନ୍ଦ୍ର ଦଶମ ଶ୍ରେଣୀ ପାସ କରି ପାଠ ଛାଡିଦେଇଥିଲେ ମଧ୍ୟ ତାଙ୍କ ପାଖରେ ପ୍ରଚଣ୍ଡ ଜ୍ଞାନ, ସୃନଶୀଳତା ଓ ବୁଦ୍ଧି ରହିଛି । ଏଥିସହ ପ୍ରବଳ ଇଚ୍ଛାଶକ୍ତ ବଳରେ ଏପରି ଏକ ଆଶ୍ଚର୍ଯ୍ୟକର ମେସିନ ଉଦ୍ଭାବନ କରି ସାରା ରାଜ୍ୟରେ ଚର୍ଚ୍ଚିତ ହୋଇପାରିଛନ୍ତି ।  ପୂର୍ବରୁ ଏହି ଅଂଚଳରେ ପଟ୍ରୋପ ଟାଙ୍କି ନଥଥିବାରୁ ଏହି ଅଂଚଳର ଲୋକମାନେ ବ୍ରାହ୍ମଣୀପାଳ ଠାରେ ୨୫ ରୁ ୩୦ କିଲୋମିଟର ହରିଚନ୍ଦନପୁର ପଟ୍ରୋଲ ପମ୍ପ କିମ୍ବା ଡୁବୁରି ପଟ୍ରୋଲ ପମ୍ପ ଯିବାକୁ ପଡୁଥିଲା ।ହେଲେ ବର୍ତ୍ତମାନ ଏହି ଆଦିବାସି ଯୁବକଙ୍କ ଜ୍ଞାନ କୌଶଳରେ ନିର୍ମିତ ଏହି ପଟ୍ରୋଲ ପମ୍ପ ମେସିନଟି ସେସବୁ ସମସ୍ୟାରୁ ମୁକ୍ତି କରିପାରିବ । ଏଇ ଉଦ୍ଭାବନକୁ ନେଇ ସ୍ଥାନୀୟ ଲୋକଙ୍କର ଖୁସି କହିଲେ ନସରେ ।

{"id":86407}

ଦଶମ ପାସ କରି ପାଠ ଛାଡିଦେଇଥିବା ଜିତେନ୍ଦ୍ର  ଏହି ମେସିନଟିକୁ ବନାଇବା ପାଇଁ ଅନେକ ସଂଘର୍ଷ କରିବାକୁ ପଡିଛି । ଏଥତ୍ସହ ନିଜ ପାଖରେ ଆବଶ୍ୟକ ଟଙ୍କା ନଥତ୍ଲେ ମଧ୍ୟ ଆଗ୍ରହକୁ ସଫଳ କରିବା ଉଦ୍ଦେଶ୍ୟରେ ବିଭିନ୍ନ ସ୍ଥାନରୁ ଆବଶ୍ୟକୀୟ ପୁରୁଣା ଯନ୍ତ୍ରପାତି ସଂଗ୍ରହ କରି ଦୀର୍ଘ ୭ମାସ ଅକ୍ଳାନ୍ତ ପରିଶ୍ରମ କରି ଏ ଅଂଚଳର ଲୋକମାନଙ୍କୁ ୨୪ଘଂଟା ପଟ୍ରୋଲ ସେବା ଯୋଗାଇ ଦେବା ପାଇଁ ସକ୍ଷମ ହୋଛଇନ୍ତି । ଏହି ମେସିନରେ ୧୦୦ ଟଙ୍କିଆ ଏବଂ ୫୦ ଟଙ୍କିଆ ନୋଟ ଭର୍ତି କଲେ  ଟଙ୍କା ଅନୁଯାୟୀ ସଠିକ ପରିମାଣର ପଟ୍ରୋଲ ପାଇପାରୁଛନ୍ତି  ଗ୍ରାହକ ।

{"id":86409}

ଅନ୍ୟପକ୍ଷରେ ଜିତେନ୍ଦ୍ରଙ୍କ ଓ ପରିବାର ଲୋକଙ୍କ କହିବା ଅନୁସାରେ କହିବା ଅନୁସାରେ କେବଳ ଏତିକି ନୁହେଁ ଆଗାମୀ ଦିନରେ ସେ ଉଡନ୍ତା ମୋଟରସାଇକେଲ ତିଆରି କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ବୋଲି ପ୍ରକାଶ କରିଛନ୍ତି । 

{"id":86410}

ନିରନ୍ତର ପ୍ରୟାସ ଜାରି କରିଆସୁଥିବା ଆଦିବାସି ଯୁବକଙ୍କୁ ସରକାରୀ ପ୍ରୋତ୍ସାହନ ମିଳିଲେ ନିଜର ମିନି ପଟ୍ରୋଲ ପମ୍ପଟିକୁ ଆଗାମୀ ଦିନରେ ଆହୁରି ଉନ୍ନତମାନର କରିପାରନ୍ତେ । ଏଥତ୍ସହିତ ଆଗାମୀ ଦିନରେ ଏପରି ଅନେକ ଆକର୍ଷଣୀୟ ଉନ୍ନତମାନର ମେସିନ ଉଦ୍ଭାବନ କରିବାରେ ସଫଳ ହୋଇପାରନ୍ତେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.