୨୫ ବର୍ଷ ଯୁବକଙ୍କୁ ନିର୍ମମ ହତ୍ୟା, ଏବେ ବି ପଡିଛି ରକ୍ତ ଜୁଡୁବୁଡୁ ଶବ

Published By : Prameya-News7 Bureau | June 17, 2019 IST

ବ୍ରହ୍ମପୁର୧୭|୬: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ବାସୁଆପାଲି ଗାଁରେ ହତ୍ୟାକାଣ୍ଡ ଘଟିଛି । ଖୁଦୁରୁମୂଳିଆ ନାଳ ପାଖରେ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡ ମୃତ ଦେହ ପଡିଥିବା ଦେଖିବାକୁ ମିଳିଛି । ମୃତ ଯୁବକଙ୍କ ନାଁ ପ୍ରକାଶ ମଲ୍ଲିକବୋଲି ଜଣାପଡିଛି ।

ଗତକାଲି ରାତି ୧୧ଟାବେଳେ ପ୍ରକାଶ ନିକଟସ୍ଥ ବାଉଁଶିଆ ପଲ୍ଲି ଗାଁକୁ ମଦ ପିଇବାକୁ ଯାଇଥିଲେ । ହେଲେ ତା’ପରେ ସେ ଆଉ ଘରକୁ ଫେରିନଥିଲେ । ବାଉଁଶିଆପଲ୍ଲୀ ସ୍କୁଲ ପାଖରେ ତାଙ୍କୁ ହତ୍ୟା କରିବାପରେ ଖୁଦୁରୁମୂଳିଆ ନାଳ ପାଖରେ ପିଙ୍ଗି ଦେଇଥିବା ଅନୁମାନ କରାଯାଉଛି ।

 ତେବେ କିଏ ଓ କାହିଁକି ହତ୍ୟା କଲା ସେ ସମ୍ପର୍କରେ କିଛି ଜଣାପଡିନାହିଁ । ପୋଲିସ କିମ୍ବା ପରିବାର ଲୋକ ଏ ପର୍ଯ୍ୟନ୍ତ ଶବ ପାଖରେ ପହଂଚି ନାହାନ୍ତି । ମଦ ପିଇବାକୁ କେନ୍ଦ୍ର କରି ଗଣ୍ଡଗୋଳ କାରଣରୁ ହତ୍ୟାକାଣ୍ଡ ଘଟିଛି ନା ପୂର୍ବଶତ୍ରୁତା କାରଣରୁ ଗଣ୍ଡଗୋଳ ଘଟିଛି ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.