ରାଜଧାନୀରେ ଚାଞ୍ଚଲ୍ୟ : ବିଚ୍ ରାସ୍ତାରେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ

Published By : Prameya-News7 Bureau | September 29, 2019 IST

ଭୁବନେଶ୍ବର ୨୯।୯: ରାଜଧାନୀରେ ଚାଞ୍ଚଲ୍ୟ । ବିଚ୍ ରାସ୍ତାରେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ । ଏୟାରଫିଲ୍ଡ ଥାନା ଅଧୀନ ପାଞ୍ଚଗାଁର ଘଟଣା । ଗୁରୁତର ଯୁବକ ସ୍ଥାନୀୟ ଅଞ୍ଚଳର ମୁକ୍ତରାଜ ଗୁରୁ ।

ସୂଚନାଯୋଗ୍ୟ ଯେ, ମୁକ୍ତିରାଜ ଗାଁର କିଛି ଯୁବକ ସଂଘବଦ୍ଧ ଭାବରେ ଖଣ୍ଡା, ଭୁଜାଲି ମାରଣାସ୍ତ୍ରରେ ଗୋଡାଇ ଗୋଡାଇ ହାଣିଛନ୍ତି । ମୁକ୍ତିରାଜଙ୍କର ହାତ ପାପୁଲିଠାରୁ ୨ ଖଣ୍ଡ ହୋଇଯାଇଛି, ପିଠିରେ ଗଭୀର ଆଘାତ ଲାଗିଛି । ତାଙ୍କୁ ପ୍ରଥମେ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ଭୁବନେଶ୍ବର ଘରୋଇ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ଆକ୍ରମଣ ଘଟଣା ସଂପର୍କରେ ଏୟାରଫିଲ୍ଡ ଥାନାରେ ଅଭିଯୋଗ ହୋଇଥିଲେ ବି ପୋଲିସ ଦୁର୍ବୃତ୍ତଙ୍କୁ ଧରିବା ତ ଦୂର କଥା ମାମଲା ବି ରୁଜୁ କରିନି । ପୋଲିସର ତଦନ୍ତକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.