ଆଶା ଥିଲା IAS ହେବେ କିନ୍ତୁ ଫସିଗଲେ ହନିଟ୍ରାପ୍‌ରେ : ନିର୍ଯ୍ୟାତନା ଅସହ୍ୟ ହେବାରୁ ହାରିଦେଲେ ଜୀବନ

Published By : Prameya-News7 Bureau | April 09, 2021 IST

ବେଙ୍ଗାଲୁରୁ ୦୯/୦୪ : ଭାରତୀୟ ପ୍ରଶାସନିକ ସେବା ପାଇଁ ପ୍ରସ୍ତୁତି ଚଳାଇଥିବା ଜଣେ ୨୫ ବର୍ଷୀୟ ଛାତ୍ର ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟାର କାରଣ ମଧ୍ୟ ସେହିଭଳି ଚକିତ କରିଦେଲା ଭଳି । ପ୍ରଥମେ ଜଣେ ମହିଳାଙ୍କ  ହନିଟ୍ରାପ୍‌ରେ ଫସିବା ପରେ ନିର୍ଯ୍ୟାତନା ଏବଂ ଲୋକଲଜ୍ଜା ଭୟରେ ଛାତ୍ର ଜଣକ ଆତ୍ମହତ୍ୟା ରାସ୍ତାକୁ ବାଛି ନେଲେ । ଘଟଣା ପଛରେ କେବଳ ଜଣେ ମହିଳା ନୁହେଁ ବରଂ ଗୋଟିଏ ଗ୍ୟାଙ୍ଗ୍‌ କାର୍ଯ୍ୟ କରୁଥିବା ପୋଲିସ କହିଛି ।

ସୂଚନାଯୋଗ୍ୟ, ମାର୍ଚ୍ଚ ୨୩ ତାରିଖରେ ଛାତ୍ର ଜଣକ ଆତ୍ମହତ୍ୟା କରିଥିଲେ । ପ୍ରଥମେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା । କିନ୍ତୁ ତଦନ୍ତ ବେଳେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଥିଲା । ମୃତକ ଛାତ୍ର ଜଣେ ମହିଳାଙ୍କ ପ୍ରେମରେ ଫଶି ସର୍ବସ୍ବାନ୍ତ ହେବା ପରେ ବ୍ଲାକ୍‌ମେଲର ଶିକାର ହୋଇଥିବା ଜାଣିବାକୁ ପାଇଥିଲା ପୋଲିସ । ଛାତ୍ର ଜଣକ ୩୦ ହଜାର ଟଙ୍କା ଠକେଇର ଶିକାର ମଧ୍ୟ ହୋଇଥିବା ସୂଚନା ଦେଇଛି ପୋଲିସ ।

ଘଟଣାଟି ଥିଲା ଏହିପରି । ପ୍ରଥମେ ଜଣେ ଅଜଣା ମହିଳା ପ୍ରେଣ୍ଡ୍‌ସିପ୍‌ ପାଇଁ ସାମାଜିକ ଗଣମାଧ୍ୟମରେ ନିବେଦନ କରିଥିଲେ । ଛାତ୍ର ଜଣକ ବନ୍ଧୁତ୍ବ ଗ୍ରହଣ କରିବା ପରେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା । କ୍ରମେ ଉଭୟଙ୍କ ସମ୍ପର୍କ ନିବିଡ ହୋଇଥିଲା । ହ୍ବାଟ୍ସଆପ ନମ୍ବର ମଧ୍ୟ ଅଦଳବଦଳ ହୋଇଥିଲା । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ମଧ୍ୟରେ ଅନ୍ତରଙ୍ଗ ଭିଡିଓ ଦେବାକୁ ଛାତ୍ରଙ୍କୁ କହିଥିଲେ ଅଭିଯୁକ୍ତ ମହିଳା । ଛାତ୍ରଜଣକ ମଧ୍ୟ ଦେବାକୁ ସଙ୍କୋଚ କରିନଥିଲେ । ପରେ କିନ୍ତୁ ସ୍ଥିତି ବଦଳିଯାଇଥିଲା । ଛାତ୍ରଙ୍କୁ ବ୍ଲାକ୍‌ମେଲ୍‌ କରିବା ଆରମ୍ଭ କରିଦେଇଥିଲେ ଅନ୍‌ଲାଇନ୍‌ ସୁନ୍ଦରୀ । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.