ବିବାହ କରିବାକୁ କହି ରଖିଲା ଶାରୀରିକ ସଂପର୍କ, ଏବେ କରୁଛି ବ୍ଲାକମେଲ୍
31/12/2018 at 9:07 PM

ହିସାର ୩୧/୧୨-ବିବାହର ପ୍ରଲୋଭନ ଦେଖାଇ ଯୁବକମାନେ ସବୁବେଳେ ଝିଅମାନଙ୍କ ସହ ରଖିଥାନ୍ତି ଶାରୀରିକ ସଂପର୍କ । ଅନେକ କ୍ଷେତ୍ରରେ ଉଦ୍ଦେଶ୍ୟଥାଏ ଅଲଗା । ଶାରୀରିକ ସଂପର୍କ ସମୟରେ ଅଶ୍ଳୀଳ ଭିଡ଼ିଓ ସୁଟିଂକରି କରିଥାନ୍ତି ବ୍ଲାକମେଲ ।
ଏଭଳି ଘଟଣା ଘଟିଛି ହିସାର ଗଙ୍ଗଓ୍ଵା ରୋଡ଼ର ଏକ କଲୋନିରେ । ଜଣେ ୨୨ବର୍ଷ ବୟସ୍କ ଯୁବତୀ ଯୁବକଙ୍କ ପ୍ରେମରେ ପଡ଼ି ରଖିଛି ଶାରୀରିକ ସଂପର୍କ । କିନ୍ତୁ ଏହି ଶାରୀରିକ ସଂପର୍କ ସମୟରେ ଯୁବକ ସୁଟିଂ କରି ରଖିଥିବା ଅଶ୍ଳୀଳ ଭିଡ଼ିଓ ପାଲଟିଛି କାଳ । ସେ ବିଭିନ୍ନ ସମୟରେ ଏହି ଭିଡ଼ିଓ ଦେଖାଇ ଯୁବତୀକୁ କରିଛି ବ୍ଲାକମେଲ ।
ଯୁବତୀଂକୁ ବାରମ୍ବାର ହଇରାଣ କରୁଥିବା ଯୁବକ ଉଠାଇବାକୁ ଚାହିଁଛନ୍ତି ଫାଇଦା । ସେ ଏହି ଅଶ୍ଳୀଳ ଭିଡ଼ିଓ ମାଧ୍ୟମରେ ଯୁବତୀଙ୍କର ଇଚ୍ଚା ନ ଥାଇ ବି ଶାରୀରିକ ସଂପର୍କ ରଖିବାକୁ ଚାହିଁଛନ୍ତି ।
ବିବାହ କରିବାକୁ ପ୍ରତିଶୃତି ଦେଇ ବିବାହ କରି ନଥିଲେ ଯୁବକ । ବାରମ୍ବାର ନିଜର ଫାଇଦା ହାସଲ କରିଥିବା କଥା ଥାନାରେ ଅଭିଯୋଗ ଆଣିଛନ୍ତି ଯୁବତୀ । ଥାନାରେ ଅଭିଯୋଗ ପରେ ପୋଲିସ ମାମଲା ରୁଜୁକରି ଯୁବକଙ୍କୁ ଗିରଫ କରିଛି ।