ପାମେଲା ଗୋସ୍ୱାମୀ କୋକେନ କେସ୍ : ବିଜେପି ନେତା ରାକେଶ ସିଂହଙ୍କ ଆଉ ଜଣେ ସହଯୋଗୀ ଗିରଫ, ଅଭିଯୁକ୍ତଙ୍କ ସଂଖ୍ୟା ହେଲାଣି ୭

Published By : Prameya-News7 Bureau | March 07, 2021 IST

କୋଲକାତା ୭।୩: କୋକେନ ଜବତ ମାମଲାରେ ପାମେଲା ଗୋସ୍ୱାମୀଙ୍କ ବୟାନ ଆଧାରରେ ଗିରଫ ବିଜେପି ନେତା ରାକେଶ ସିଂହର ଆଉ ଜଣେ ଘନିଷ୍ଟ ସହଯୋଗୀକୁ ପୋଲିସ ଗିରଫ କରିଛି। ମାମଲାରେ ସମ୍ପୃକ୍ତିନେଇ ସ୍ପଷ୍ଟ ପ୍ରମାଣ ମିଳିବା ପରେ ପୋଲିସ ନ୍ୟୁଟାଉନସ୍ଥିତ ବାସଭବନ ଉପରେ ଚଢଉ କରି ତାକୁ ଗିରଫ କରିଥିବା ଜଣାପଡିଛି।

{"id":419180,"sizeSlug":"large","linkDestination":"none"}

ମାମଲାରେ ଜନୈକ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ କୋଲକାତା ସହରର ନ୍ୟୁ ଅଲିପୁର ଅଞ୍ଚଳରେ ରହୁଥିବା ୪୨ବର୍ଷ ବୟସ୍କ ଅଭିଯୁକ୍ତର ରାକେଶ ସିଂହ ସହ ସମ୍ପର୍କ ଥିବା ପ୍ରମାଣ ମିଳିଛି। ଏହା ଛଡା ନିଶାକାରବାରରେ ମଧ୍ୟ ସମ୍ପୃକ୍ତ ଯୁବକର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ଜାଣିବା ପରେ ପୋଲିସ ତାକୁ ଗିରଫ କରିଛି।

{"id":419181,"width":576,"height":383,"sizeSlug":"large","linkDestination":"none"}

ଗିରଫ ଅଭିଯୁକ୍ତ ବିରୋଧରେ ନାରକୋଟିକ୍ ଡ୍ରଗ୍ସ ଏଣ୍ଡ ସାଇକୋଷ୍ଟ୍ରୋପିକ୍ ସବଷ୍ଟାନସେସ (ଏନଡିପିଏସ) ଆକ୍ଟରେ ମୋକଦ୍ଦମା ରୁଜୁ କରାଯାଇଛି। ଏହି ଗିରଫଦାରୀ ସହ ମାମଲାରେ ପୋଲିସ ଏପର୍ଯ୍ୟନ୍ତ ମୋଟ ୭ ଜଣଙ୍କୁ ଗିରଫ କଲାଣି। ଭାରତୀୟ ଜନତା ଯୁବ ମୋର୍ଚ୍ଚା (ବିଜେୱାଇଏମ) ରାଜ୍ୟ ସାଧାରଣ ସମ୍ପାଦକ ପାମେଲା ଗୋସ୍ୱାମୀ ଓ ତାଙ୍କ ଦୁଇ ସାଥୀଙ୍କ କାରରୁ ୯୦ ଗ୍ରାମ କୋକେନ ଜବତ ହୋଇଥିଲା। ମାମଲାରେ ୩ଜଣଙ୍କ ଗିରଫ ପରଠାରୁ ନିଶା ତସ୍କରୀ ମାମଲାରେ ଜଣକ ପରେ ଜଣେ ୭ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ଅଧିକାରୀ କହିଛନ୍ତି।

{"id":419182,"sizeSlug":"large","linkDestination":"none"}

ପାମେଲା ଓ ତାଙ୍କ ସାଥୀମାନେ କାରରେ ନ୍ୟୁ ଆଲିପୁର ରୋଡରେ ଯାଉଥିବା ବେଳେ ପୋଲିସ ସେମାନଙ୍କୁ ଅଟାକଇ କାରର ଯାଞ୍ଚ କରିବା ବେଳେ କୋକେନ ମିଳିଥିଲା। ମାମଲାରେ ତାଙ୍କୁ ଫଶାଇବା ଲାଗି ଏହା ବିଜେପି ଯୁବ ଶାଖା ନେତା ରାକେଶ ସିଂହର ଷଡ଼ଯନ୍ତ୍ର ବୋଲି ପାମେଲା କହିଥିଲେ। ସେହି ଅନୁସାରେ ପୋଲିସ ଯାଞ୍ଚ ଆଗକୁ ବଢୁଥିବା ବେଳେ ଏହା ଏକ ନିଶା କାରବାର ରାକେଟ୍‌ ବୋଲି ଏବେ ସନ୍ଦେହ କରାଯାଉଛି।  

{"id":419183,"width":576,"height":458,"sizeSlug":"large","linkDestination":"none"}

ଗତ ସପ୍ତାହରେ ରାକେଶ ସିଂହର ଅନ୍ୟତମେ ନିକଟତମ ସହଯୋଗୀକୁ ପୋଲିସ ବନ୍ଦରାଞ୍ଚଳରୁ ଗିରଫ କରିଥିଲା। ପୋଲିସ ତାଙ୍କୁ ଅର୍ଫାନଗଞ୍ଜ ଅଞ୍ଚଳରୁ ଗିରଫ କରିଥିଲା ବୋଲି ଅଧିକାରୀ କହିଛନ୍ତି। ଅଭିଯୁକ୍ତଙ୍କ ତାଲିକା ବେଳକୁ ବେଳ ଲମ୍ବିବାରେ ଲାଗିଛି। ଏଣୁ ଆଗକୁ କିଛି ବଡମାଛ ମଧ୍ୟ ପୋଲିସ ଜାଲରେ ପଡିପାରନ୍ତି ବୋଲି ଅନୁମାନ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.