ଯୁବକଙ୍କୁ କାମୁଡିଦେଲା ନାଗ, ହସ୍ପିଟାଲ ନେବା ବଦଳରେ ଶିବ ମନ୍ଦିରକୁ ନେଇ ତାଙ୍କ ଉପରେ ଢାଳିଲେ ପାଣି

Published By : Prameya-News7 Bureau | March 19, 2020 IST

ଡେଲାଙ୍ଗ ୧୯।୩: ଆଜି ବି ଅନ୍ଧବିଶ୍ବାସର ଶିକାର ମନୁଷ୍ୟ ସମାଜ । ବହୁ ସଚେତନତା ପରେ ବି ଲୋକଙ୍କ ମନରେ କେଉଁଠି ନା କେଉଁଠି ଅନ୍ଧବିଶ୍ବାସ ଘର କରି ରହିଛି । ସାପ କାମୁଡିବା ପରେ ଯୁବକଙ୍କୁ ଡାକ୍ତରଖାନା ନେବା ବଦଳରେ ନିଆଯାଇଛି ମନ୍ଦିର । ମନ୍ଦିରରେ ଗରା ଗରା ପାଣି ଢଳା ଚାଲିଛି ଭଲ କରିବା ପାଇଁ । ଏଭଳି ଘଟଣା ଘଟିଛି ପୁରୀ ଜିଲ୍ଲା ଡେଲାଙ୍ଗ ଅନ୍ତର୍ଗତ ଶିଶୁଆପଡା ଗ୍ରାମରେ ।

{"id":240797,"sizeSlug":"large"}

ସୂଚନାଯୋଗ୍ୟ ଯେ, ଶିଶୁଆପଡା ଗ୍ରାମରେ ଏକ ପାଳଗଦାରେ ଜାଲ ଘେରା ହୋଇଥିଲା । ଗୁରୁବାର ସକାଳେ ଜାଲରେ ଏକ ନାଗ ସାପ ଫସି ଯାଇଥିବାର ଦେଖିବାକୁ ମିଳିଥିଲା । ସେହି ଗ୍ରାମର ନିରାକାର ବେହେରା ନାମକ ଯୁବକ ଜାଲ କାଟି ନାଗ ସାପଟିକୁ ମୁକ୍ତ କରିବାକୁ ଚେଷ୍ଟା କଲା ବେଳେ ସାପଟି ତାଙ୍କ ବାମ ହାତ ବିଶି ଆଙ୍ଗୁଠିକୁ କାମୁଡି ଦେଇଥିଲା ।

{"id":240798,"sizeSlug":"large"}

ତେବେ ଡାକ୍ତରଖାନା ନେବା ବଦଳରେ ନିରାକାରଙ୍କୁ ସ୍ଥାନୀୟ ଶିବ ମନ୍ଦିରକୁ ନିଆଯାଇଥିଲା । ମନ୍ଦିର କୂଅରୁ ଗରା ଗରା ପାଣି କାଢ଼ି ତାଙ୍କ ମୁଣ୍ଡରେ ଢଳା ଗଲା । ସରକାରୀ ଡ଼ାକ୍ତରଖାନାରେ ସାପକାମୁଡା ରୋଗୀଙ୍କ ପାଇଁ ମାଗଣା ଚିକିତ୍ସା ବ୍ୟବସ୍ଥା ଥିଲେ ମଧ୍ୟ, ମନ୍ଦିରକୁ ନେଇ ଏହି ଭଳି ଅନ୍ଧବିଶ୍ବାସ ସମାଜରେ ଥିବା କୁସଂସ୍କାରକୁ ପ୍ରମାଣ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.