ବ୍ରେକ୍ ଅପ୍ ପରେ ପ୍ରେମିକାଠୁ ପ୍ରେମିକ ମାଗିଲା କରଜ ଟଙ୍କା : ନଦେବାରୁ ମୋବାଇଲ ଛଡାଉଥିବା ବେଳେ ଖାଇଲା ନିସ୍ତୁକ ମାଡ

Published By : Prameya-News7 Bureau | December 22, 2018 IST

ଆଗ୍ରା ୨୨/୧୨: ଆଗ୍ରାରେ ଘଟିଛି ଏକ ରୋଚକ ଘଟଣା । ଏଠାରେ ଜଣେ ଯୁବକ ବ୍ରେକ୍ ଅପ୍ ପରେ ପ୍ରେମିକାଙ୍କୁ ଧାର ନେଇଥିବା ଟଙ୍କା ମାଗିଛନ୍ତି। ତାଙ୍କ ପ୍ରେମିକା ଦେବାକୁ ମନା କରିବାରୁ ଯୁବକ ଜଣକ ତାଙ୍କ ମୋବାଇଲ୍ ଛଡ଼ାଇବାକୁ ଉଦ୍ୟମ କରିଥିଲେ। ଏଥିରେ ରାଗିଯାଇ ଯୁବତୀ ତାଙ୍କୁ ମାରିଥିଲେ। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଦୁଇ ଜଣଙ୍କୁ ଅଲଗା କରି ଯୁବକଙ୍କୁ ହେପାଜତକୁ ନେଇଥିଲା।

ଆଗ୍ରାର ଜଗଦୀଶପୁରା ଥାନା ନିକଟରେ ପଶ୍ଚିମପୁରୀରେ ଘଟିଛି ଏହି ଘଟଣା। ଏଠାରେ ଜଣେ ଯୁବତୀଙ୍କ ଫୋନ୍ ଯୁବକ ଜଣକ ଛଡ଼ାଉଥିଲା। ଯୁବତୀ ପାଟି କରିବାରୁ ସ୍ଥାନୀୟ ଲୋକମାନେ ଆସି ଯୁବକଙ୍କୁ କାବୁ କରି ନିସ୍ତୁକ ପିଟିଥିଲେ। ଏହା ପରେ ସେଠାରେ ଥିବା କେତେକ ଲୋକ ପୋଲିସକୁ ଖବର ଦେବାରୁ ପୋଲିସ୍ ଆସି ଘଟଣାସ୍ଥଳରେ ପହଞ୍ଚିଥିଲା।

ଯୁବକର କହିବା ଅନୁସାରେ ମାତ୍ର ଦୁଇ ତିନି ହଜାର ଟଙ୍କାର ମୋବାଇଲ୍ ନେଇ ସେ କ’ଣ କରିବ। ଯୁବକକୁ ପଚାରିବାରୁ ଜଣା ପଡ଼ିଲା ଯେ ଯୁବକ ଯୁବତୀ ଗୋଟିଏ ଗାଁରେ ରହୁଥିଲେ। ଯୁବତୀଜଣକ ତାଙ୍କ ପ୍ରେମିକା ଥିଲେ। ଯୁବତୀ ଜଣକ କୈାଣସି କାମ ପାଇଁ ଯୁବକଙ୍କଠାରୁ ୧୫ହଜାର ଟଙ୍କା ଧାର ନେଇଥିଲେ ଏବଂ କୈାଣସି କାରଣ ପାଇଁ ବ୍ରେକ୍ ଅପ୍ କରିଥିଲେ। ଏବେ ଟଙ୍କା ଫେରାଇବାର ନାଁ ଧରୁନାହାନ୍ତି। ଏଥିପାଇଁ ଝଗଡ଼ା ହୋଇଥିଲା।

   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.