ଓଡିଆ ଯାତ୍ରା ବି ହେଉଛି ପାଇରାସି; ସୋସିଆଲ ମିଡିଆରେ ଭାଇରାଲ ହେଉଛି ସୀତାର ଜଳୁଛି ଚିତା, ଧରାହେଲା ଯୁବକ

Published By : Prameya-News7 Bureau | October 24, 2019 IST

ଭଦ୍ରକ(ସର୍ବେଶ୍ବର ନାଥ)୨୪|୧୦; ମାତ୍ର ଅଢେଇ ମାସର ନାଟକ , ହାତ ଗଣତି କେଇଟା ମଂଚରେ ମଂଚସ୍ଥ ହୋଇଛି । ହଲେ ସେହି ନାଟକ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି । ପ୍ରଥମ ସିନରୁ ଶେଷ ଅଙ୍କର ଶେଷ ଦୃଶ୍ୟ ଯାଏ , ସବୁ ଭିଜୁଆଲ ଅପଲୋଡ୍ ହୋଇଛି । ବାଘା ଯତୀନ ଲୋକନାଟ୍ୟର ନାଟକ- ସୀତାର ଜଳୁଛି ଚିତା କୁ ନେଇ ପ୍ରଯୋଜକ ଚିନ୍ତାରେ । ଭଲ ନାଟକ , ଆଉ ଭଲ ବ୍ୟବସାୟ କରୁଛି । ତବେ ଭାଇରାଲ ହୋଇଯାଇଥିବାରୁ ବ୍ୟବସାୟିକ ସଙ୍କଟ ଦେଖାଦେଇପାରେ ବୋଲି ଆଶା ଓ ଆଶଙ୍କାରେ ଅଛନ୍ତି ମାଲିକ ଓ ପରିଚାଳକ । ଆଉ ଭାଇରାଲ କରିଥିବା ଯୁବକକୁ ଠାବ କରାଯାଇଛି । 

{"id":174130}

ନାଟକ- ସୀତାର ଜଳୁଛି ଚିତା , ବାଘା ଯତୀନ ଲୋକନାଟ୍ୟର ଚର୍ଚ୍ଚିତ ନାଟକ । ଏବର୍ଷ ଭଲ ବ୍ୟବସାୟ କରୁଛି ଏହି ନାଟକ । ଖଚାଖଚ ଦର୍ଶକ , ସବୁ କ୍ୟାମ୍ପରେ ହାଉସ ଫୁଲ ବୋଲି କହୁଛନ୍ତି ମାଲିକ ଓ ପରିଚାଳକ । ତବେ ଏହି -ସୀତାର ଜଳୁଛି ଚିତା ବାଘା ଯତୀନ ଲୋକନାଟ୍ୟ ମାଲିକଙ୍କ ଚିନ୍ତା ବଢାଇ ଦେଇଛି । ଏବେ ସୋସିଆଲ ମିଡିଆରେ ଏହି ନାଟକ ଭାଇରାଲ ହୋଇ ଯାଇଛି ।

{"id":174131}

ଗୋଟିଏ ପରେ ଗୋଟିଏ , ସବୁ ସିନ୍ ଅପଲୋଡ ହୋଇଯାଇଛି । ତବେ ଏମିତି କେମିତି ହେଲା , କିଏ ସୁଟିଂ କଲା , ଆଉ ସୁଟିଂ ପାଇଁ ଅନୁମତି କିଏ ଦେଲା , ଆଉ ସୋସିଆଲ ମିଡିଆରେ ଅପଲୋଡ କିଏ କଲା , ଏସବୁ ଖୋଳ ତାଡ କରି, ତାହାର ଚେର ପାଇଛନ୍ତି ପରିଚାଳକ..

{"id":174132}

ବାଲେଶ୍ବର ଜିଲ୍ଲା ରୁପ୍ସା ଅଂଚଳର ସୁକାନ୍ତ ପରିଡା ନାମକ ଜଣେ ଯୁବକ ଏହି ଭିଜୁଲଆକୁ ଭାଇରାଲ କରିଛନ୍ତି । ସୁକାନ୍ତକୁ ଠାବ କରିବା ପରେ ସେ ସୋସିଆଲ ମିଡିଆରୁ ତାକୁ ହଟାଇ ଦେଇଥିବା କହିଛନ୍ତି । ବାଘା ଯତୀନ ଲୋକନାଟ୍ୟର ନାଟ୍ୟ ପରିଚାଳ ତଥା ଅଭିନେତା ବାପି ପଣ୍ଡାଙ୍କ ପାଖରେ ଭୁଲ ମାଗିଛନ୍ତି । ସେ ମୋବାଇଲରେ ସୁଟିଂ କରିଥିବା କହୁଥିବା ବଳେ ବାପି ପଣ୍ଡା କହୁଛନ୍ତି କ୍ୟାମରାରେ ସୁଟିଂ କରାଯାଇଛି । 

{"id":174133}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.