Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

୩ ଟି ଗାର୍ଲ ଫ୍ରେଣ୍ଡର ଖର୍ଚ୍ଚ ବହନ କରିବା ପାଇଁ ୨୧ ବର୍ଷ ବୟସ୍କ ଯୁବକ ପାଲଟିଗଲେ ଚୋର

17/11/2018 at 1:33 PM

ଦିଲ୍ଲୀ ୧୭/୧୧ : ଦକ୍ଷିଣ ଦିଲ୍ଲୀର ଗୋବିନ୍ଦପୁରୀ ଅଂଚଳରେ ଜଣେ ୨୧ ବର୍ଷ ବୟସ୍କ ଡ୍ୟାନ୍ସରକୁ ଟଙ୍କା ଚୋରି ଅଭିଯୋଗରେ ପୋଲିସ ଗିରଫ କରିଛି | ଗତ ଗୁରୁବାର ଦିନ ଡ୍ୟାନ୍ସର ଜଣକ ଏକ ଅଟୋ ଡ୍ରାଇଭରଙ୍କ ଠାରୁ ଟଙ୍କା ଛଡ଼େଇବାବେଳେ ପୋଲିସ ହାତରେ ଧରାପଡିଥିଲା | ଯୁବକ ଜଣକ ହେଲେ ରୋହନ ଗିଲ | ପେଶାରେ ସେ ଜଣେ ଡ୍ୟାନ୍ସର | ସେ ବିଭିନ୍ନ କାର୍ଯ୍ୟକ୍ରମରେ ଡ୍ୟାନ୍ସ କରନ୍ତି | ତେବେ ସେଥିରୁ ସେ ଯେତିକି ପାଉଣା ପାଆନ୍ତି ତାହା ଯଥେଷ୍ଟ ନୁହେଁ ୩ ଟି ଗାର୍ଲ ଫ୍ରେଣ୍ଡ ଚଲେଇବା ପାଇଁ | ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ | ଯୁବକଙ୍କ ୩ଟି ଗାର୍ଲ ଫ୍ରେଣ୍ଡ | ତେବେ ୩ଟି ଗାର୍ଲ ଫ୍ରେଣ୍ଡଙ୍କ ଖର୍ଚ୍ଚ ଠିକ ଭାବେ ବହନ କରିବାପାଇଁ ଯୁବକ ଜଣକ ଲୋକଙ୍କ ଟଙ୍କା ଲୁଟିବା ଆରମ୍ଭ କରିଦେଇଥିଲେ |
ଡିସିପି ଚିନ୍ମୟ ବିଶ୍ୱାଳଙ୍କ ସୂଚନା ଅନୁଯାୟୀ, ବୁଧବାର ରାତିରେ ରାହୁଲ ନାମକ ଜଣେ ଅଟୋ ଡ୍ରାଇଭର ରାସ୍ତାରେ ଯାତ୍ରୀଙ୍କ ଅପେକ୍ଷାରେ ଠିଆ ହୋଇଥିବା ସମୟରେ ନିଜ ପର୍ସ କାଢି ଟଙ୍କା ଗଣୁଥିଲେ, ସେତେବେଳେ ଉକ୍ତ ଯୁବକ ହଠାତ ଆସି ଅଟୋ ଡ୍ରାଇଭର ଠାରୁ ତାଙ୍କ ପର୍ସ ଛଡାଇନେଇ ଘଟଣାସ୍ଥଳରୁ ଦଉଡି଼ ପଳାଇଥିଲା | ତେବେ ଅଟୋ ଡ୍ରାଇଭର ପାଟିକରିଥିଲେ | ସେତେବେଳେ ଆଖପାଖ ଅଂଚଳରେ ପୋଲିସ ପାଟ୍ରୋଲିଂ ଚାଲିଥିଲା | ଅଟୋ ଡ୍ରାଇଭରଙ୍କ ପାଟି ଶୁଣି ପୋଲିସ ରୋହନକୁ କାବୁ କରିବାକୁ ସକ୍ଷମ ହୋଇଥିଲା | ଅଟୋ ଡ୍ରାଇଭରଙ୍କ ପର୍ସରୁ ୧୯୦୦ ଟଙ୍କା ପୋଲିସ ଜବତ କରିଥିଲା ଏବଂ ଅଟୋ ଡ୍ରାଇଭରଙ୍କୁ ତାଙ୍କ ଟଙ୍କା ଫେରିଦେଇଥିଲା | ଏହାସହ ରୋହନଙ୍କ ମୋବାଇଲ ଫୋନ ମଧ୍ୟ ପୋଲିସ ଜବତ କରିଥିଲା |
ପୋଲିସ ରୋହନକୁ ଗିରଫ କରି ଘଟଣା ସମ୍ପର୍କରେ ପଚରାଉଚୁରା କରିଥିଲା | ତେବେ ରୋହନ କହିଥିଲା ଯେ, ତାର ୩ଟି ଗାର୍ଲ ଫ୍ରେଣ୍ଡ ଅଛନ୍ତି ଏବଂ ୩ଟି ଗାର୍ଲ ଫ୍ରେଣ୍ଡଙ୍କୁ ମେନେଜ କରିବା ତା ପାଇଁ ସହଜ ହେଉନାହିଁ | ସେଥିପାଇଁ ସେ ଚୋରି କରି ଟଙ୍କା ଉପାର୍ଜନ କରିବାର ସହଜ ଉପାୟ ବାଛିନେଇଥିଲା | ପୋଲିସ ତଦନ୍ତ ପରେ ଜାଣିବାକୁ ଯେ, ପୂର୍ବରୁ ରୋହନ ନାଁରେ ୪ଟି ଅପରାଧିକ ମାମଲା ମଧ୍ୟ ରହିଛି | ଏଥିପାଇଁ ସେ ୪ଥର ଗିରଫ ମଧ୍ୟ ହୋଇଥିଲା |

   Related Posts