Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ବିସ୍‌ ଓପନ୍‌: ୧୯ ମାସ ଓ ୧୩ ଟୁର୍ଣ୍ଣାମେଣ୍ଟ ପରେ ଫାଇନାଲରେ ପହଞ୍ଚିଥିଲେ ସିନ୍ଧୁ, କ୍ୟାରୋଲିନାଙ୍କଠୁ ହାରିଲେ
  • ||
  • ସରିଲା ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ, ଗୃହୀତ ହେଲା ରାଜନୈତିକ ଚିଠା ପ୍ରସ୍ତାବ, ପ୍ରସ୍ତୁତ ହେଲା ରଣନୀତି
  • ||
  • ଭାରତ ଓ ଚୀନ୍ କେହି କାହା ଲାଗି ବିପଦ ନୁହେଁ, ପରସ୍ପରର ମିତ୍ର : ୱାଙ୍ଗ ଇ
  • ||
  • ଅନ୍ତର୍ଜାତୀୟ ମହିଳା ଦିବସ: ବର୍ଣ୍ଣାଢ଼୍ୟ ଉତ୍ସବ ‘ୱିମେନ୍ ଆଚିଭର୍ସ୍ ଅଫ୍ ଓଡ଼ିଶା’ରେ ରାଜ୍ୟର ସଫଳ ମହିଳାଙ୍କୁ ସମ୍ବର୍ଦ୍ଧନା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୦ କୋଭିଡ୍ ପଜିଟିଭ୍, ୩୩୭୭୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆପଡ଼ା : ହଳଦି ଗାଁରେ ପୁଣି ଥରେ ବାଘ ଆତଙ୍କ, ଭୟରେ ଗ୍ରାମବାସୀ
  • ||
  • ପାକିସ୍ତାନରେ ହିନ୍ଦୁ ପରିବାରର ୫ ସଦସ୍ୟଙ୍କୁ ହତ୍ୟା ! ସନ୍ଦେହଜନକ ଅବସ୍ଥାରେ ମିଳିଲା ମୃତଦେହ
  • ||
  • ମୋହନା : ଅନ୍ଧବିଶ୍ୱାସର ଭୟଙ୍କର ରୂପ, ସୁସ୍ଥ ରହିବା ପାଇଁ ଏବେବି ଶିଶୁଙ୍କୁ ଦିଆଯାଉଛି ଚେଙ୍କ
  • ||
  • ଭିସୁଟର ୪୦ ଛାତ୍ର କୋଭିଡ୍ ପଜିଟିଭ୍ ମାମଲା : କମ୍ପାନୀର ଦାବି-‘ଆଣ୍ଟିଜେନ୍ କିଟରେ ତ୍ରୁଟି ନଥିଲା’
  • ||
  • ସୋନପୁର : ପଡୋଶୀଙ୍କ ସହ କଥା କଟାକଟିରୁ ଫୁଟିଲା ଗୁଳି, ଜଣେ ମୃତ
  • ||

ଗୃହମନ୍ତ୍ରୀଙ୍କ ହସ୍ତକ୍ଷେପ : ଗିରଫ ହେଲା ‘ଭାଇରାଲ ଭିଡିଓ’ରେ ଯବତୀଙ୍କୁ ନିସ୍ତୁକ ପିଟୁଥିବା ଯୁବକ

14/09/2018 at 7:35 PM

ନୁଆଦିଲ୍ଲୀ ୧୪/୦୯ : ସୋସିଆଲ ମିଡିଆରେ ଏକ ଭିଡ଼ିଓ ଗତ ଗୁରୁବାରଠାରୁ ଭାଇରାଲ ହୋଇଥିଲା । ଏହି ଭିଡ଼ିଓରେ ଜଣେ ଯୁବତୀଙ୍କୁ ଜଣେ ଯୁବକ ଅତି ନିର୍ଦ୍ଦୟଭାବେ ମାଡ଼ ମାରୁଥିଲେ । ଯୁବତୀଙ୍କ ପେଟକୁ ଗୋଇଠା ମାରିବା ଏବଂ ଗାଲକୁ ଚାପଡ଼ ମାରିବା ସହ ଶେଷରେ ନିଜ ବାହୁରେ ଯୁବତୀଙ୍କ ପିଠିକୁ ନିର୍ଘାତ ପ୍ରହାର କରୁଥିଲେ । ଏହି ଭିଡ଼ିଓ ଭାଇରାଲ ହେବାପରେ ଗୃହମନ୍ତ୍ରୀ ରାଜନାଥ ସିଂ ଏଥିରେ ହସ୍ତକ୍ଷେପ କରିଛନ୍ତି । ଯୁବତୀଙ୍କୁ ମାଡ଼ ମାରୁଥିବା ଯୁବକକୁ ଦିଲ୍ଲୀ ପୋଲିସ ଗିରଫ କରିଛି । ଗିରଫ ଯୁବକ ଜଣେ ପୋଲିସ ଅଧିକାରୀଙ୍କ ପୁଅ ବୋଲି ଜଣାପଡ଼ିଛି ।
ଗତକାଲି ଭିଡ଼ିଓ ଭାଇରାଲ ହେବାପରେ ଦିଲ୍ଲୀ ପୋଲିସ ଅମୂଲ୍ୟ ପଟ୍ଟନାୟକଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ରାଜନାଥ ସିଂ ନିର୍ଦ୍ଦେଶ ଦେଇଥିଲେ । ଦିଲ୍ଲୀ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେବା ସମ୍ପର୍କରେ ରାଜନାଥ ସିଂ ଟ୍ୱିଟ୍ ମଧ୍ୟ କରିଥିଲେ । ଦକ୍ଷିଣ-ପୂର୍ବ ଦିଲ୍ଲୀ ପୋଲିସ ଏକ ମାମଲା ନିଜଆଡୁ ରୁଜୁ କରି ଭିଡ଼ିଓରେ ଥିବା ଯୁବତୀଙ୍କୁ ଠାବ କରିବା ପାଇଁ ଉଦ୍ୟମ ଚଳାଇଥିଲା । କିନ୍ତୁ ଶୁକ୍ରବାର ଦିନ ସଂପୃକ୍ତ ଯୁବତୀ ନିଜେ ଆସି ପୋଲିସ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଯୁବତୀ ଅଭିଯୋଗ କରିଥିଲେ ଯେ, ଭିଡ଼ିଓରେ ଥିବା ଯୁବକ ତାଙ୍କର ଜଣେ ବନ୍ଧୁ । ଗତ ଗୁରୁବାର ଦିନ ଏହି ଯୁବକ ତାଙ୍କୁ ଦକ୍ଷିଣ-ପୂର୍ବ ଦିଲ୍ଲୀ ଅଞ୍ଚଳରେ ଥିବା ତାଙ୍କର
ବନ୍ଧୁଙ୍କ କାର୍ଯ୍ୟାଳୟକୁ ଡାକିଥିଲେ । ସେଠାରେ ତାଙ୍କ ସହ ଏହି ଯୁବକ ଅସହମତି ସତ୍ୱେ ଶାରିରୀକ ସମ୍ପର୍କ ସ୍ଥାପନ କରିଥିଲେ । ଏ ସମ୍ପର୍କରେ ପୋଲିସ ନିକଟରେ ଏ ନେଇ ଅଭିଯୋଗ କରିବେ ବୋଲି ଯୁବତୀ କହିବା ଯୋଗୁଁ ତାଙ୍କୁ ଅତି ନିର୍ମମଭାବେ ଯୁବକ ମାଡ଼ ମାରିଥିଲେ ବୋଲି ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି ।
ଅଭିଯୋଗ ପାଇବାପରେ ପୋଲିସ ଭାରତୀୟ ଦଣ୍ଡବିଧି ଆଇନ ଅନୁଯାୟୀ ୩୭୬/୩୨୩/୩୫୪ ଧାରାରେ ଯୁବକଙ୍କୁ ଆଜି ଗିରଫ କରିଛି ।

   Related Posts