ଚୋର ସନ୍ଦେହରେ ଯୁବକଙ୍କୁ ରାସ୍ତାରେ ଆଣ୍ଠେଇ ପିଟିଲେ ଯୁବକ, ଭିଡିଓ ଭାଇରାଲ୍

Published By : Prameya-News7 Bureau | August 31, 2019 IST

ବାଲେଶ୍ବର ୩୧୮: ଚୋର ସନ୍ଦେହରେ ଯୁବକଙ୍କୁ ରାସ୍ତାରେ ଆଣ୍ଠେଇ ପିଟିଲେ ଯୁବକ । ଏଭଳି ଅମାନୁଷିକ ଘଟଣା ବାଲେଶ୍ବର ଜିଲ୍ଲାରେ ଦେଖିବାକୁ ମିଳିଛି । ଘଟଣା ଅନୁସାରେ ଆଜି ଭୋର ୫ଟାରେ ବାଲେଶ୍ବର ଷ୍ଟେସନରେ ଜଣେ ବ୍ୟକ୍ତିଙ୍କ ବ୍ୟାଗ ଚୋରି କରୁଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ଷ୍ଟେସନ ପରିସରରେ କିଛି ଲୋକ ଧରିଥିଲେ । ତେବେ ଧରିବା ପୋଲିସ ଜିମାରେ ଅଭିଯୁକ୍ତକୁ ନଦେଇ ଷ୍ଟେସନ ସମ୍ମୁଖରେ ଥିବା ରାସ୍ତାରେ ଯୁବକଙ୍କୁ ଜଣେ ଯୁବକ ଆଣ୍ଠେଇ ମାଡ ମାରିଥିବା ଭିଡିଓ ଭାଇରାଲ ହୋଇଛି । ସବୁଠାରୁ ବଡକଥା ହେଲା ଯୁବକ ଜଣକ ମାଡ ମାରୁଥିବାବେଳେ ସେଠାରେ ଉପସ୍ଥିତ ସମସ୍ତ ଲୋକ ଘଟଣାକୁ ଦେଖୁଥିଲା ମଧ୍ୟ କେହି ରୋକିବାକୁ ଚେଷ୍ଟା କରିନଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.