Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୁଣି କଙ୍ଗାରୁ କୋର୍ଟ ! ଛେଳି ଚୋର ସନ୍ଦେହରେ ଯୁବକଙ୍କୁ ଗଛରେ ବାନ୍ଧି ନିସ୍ତୁକ ପିଟିଲେ ଗ୍ରାମବାସୀ

କରଞ୍ଜିଆ ୧୮।୯:  କେନ୍ଦୁଝର ଜିଲ୍ଲା କରଞ୍ଜିଆରେ ପୁଣି କଙ୍ଗାରୁ କୋର୍ଟ ଅଭିଯୋଗ । ଛେଳି ଚୋର ସନ୍ଦେହରେ ଯୁବକଙ୍କୁ ଗଛରେ ବାନ୍ଧି ନିସ୍ତୁକ ପିଟିଲେ ଗ୍ରାମବାସୀ । କେବଳ ସେତିକି ନୁହେଁ ବରଂ ମାଡ ମାରିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା କରଞ୍ଜିଆ ରରୁଆଁ ଥାନା ଡାହାଣିଗାଡ଼ିଆ ଗାଁର ଘଟିଛି ଏଭଳି ଘଟଣା । ଯୁବକକୁ ଗଛରେ ବାନ୍ଧି ନିସ୍ତୁକ ପିଟିଛନ୍ତି ଗ୍ରାମବାସୀ । ଯୁବକ ଜଣଙ୍କୁ ଛେଳି ଚୋର ସନ୍ଦେହ କରି ଗ୍ରାମବାସୀମାନେ ଏଭଳି ପିଟିଛନ୍ତି । ତେବେ ଯୁବକ ଜଣଙ୍କ ହେଉଛନ୍ତି କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ୍ ଆହରପଡା ଗାଁର ।

205 Views

   ସମ୍ବନ୍ଧିତ ଖବର