Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଜେଟ୍ ଅଧିବେଶନ: ଜାନୁଆରୀ ୩୧ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ, ଫେବୃଆରୀ ୧ରେ ଉପସ୍ଥାପନ ହେବ ବଜେଟ୍
  • ||
  • IPL 2022: ନିଜ ଟିମ୍‌ର ନାମ ଘୋଷଣା କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି, ରଖିଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୩୦୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୧୧୫ଜଣ ଡିସଚାର୍ଜ
  • ||
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ପୋଲିସର ବର୍ବରତା : ଚେକିଂ ସମୟରେ ବାଇକ୍ ଆରୋହୀଙ୍କୁ ଆଇଆଇସି ମାଡ ମାରିଥିବା ଅଭିଯୋଗ

25/09/2019 at 3:49 PM

ବଲାଙ୍ଗିର ୨୫।୯: ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ ବଲାଙ୍ଗୀର ଜିଲ୍ଲାରେ ମଧ୍ୟ ନିୟମିତ ବିଭିନ୍ନ ସ୍ଥାନରେ କରାଯାଉଛି ଚେକିଂ। କେତେବେଳେ ହେଲମେଟ ତ ଆଉ କେତେବେଳେ ନିଶାଶକ୍ତ ହୋଇ ଗାଡି ଚଳାଇବାକୁ ନେଇ କରାଯାଉଛି ଚେକିଂ । ତେବେ ପାଟଣାଗଡ ରାମପୁର ପେଟ୍ରୋଲ ପମ୍ପ୍ ନିକଟରେ ଚେକିଂ ସମୟରେ ଘଟିଛି ଏକ ଅଭାବନୀୟ ଘଟଣା। ଚେକିଂ ସମୟରେ ଜଣେ ବାଇକ୍ ଆରୋହୀଙ୍କୁ ମାଡ ମାରି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଛି ।

ବଲାଙ୍ଗୀର ରୁଗୁଡିପଡାର ଦିପଙ୍କର ପଣ୍ଡା ନାମକ ଜଣେ ଯୁବକ କୌଣସି କାମରେ ପାଟଣାଗଡ ଯାଇଥିବା ବେଳେ ସେଠାରୁ ସଂଧ୍ୟା ସମୟରେ ଫେରିବା ବାଟରେ ଚେକିଂ ପାଇଁ ଅଟକାଇଥିଲା ପାଟଣାଗଡ ପୋଲିସ। ସେଠାରେ ତାଙ୍କ ଗାଡି ଦ୍ରୁତ ଗତିରେ ଥିବାରୁ କିଛି ଦୂରରେ ଅଟକିବା ବେଳେ ତାଙ୍କ ଉପରକୁ ହଠାତ୍ ଜଣେ ପୋଲିସ କର୍ମଚାରୀ ପୋଲିସ ବ୍ୟବହାର କରୁଥିବା ବାଡିରେ ମାଡ ମାରିଥିବା ଅଭିଯୋଗ ହୋଇଛି ।

ତେବେ ଘଟଣାସ୍ଥଳରେ ଯୁବକଙ୍କ ମୁଣ୍ଡ ଫାଟିବା ସହ ଲହୁ ଲୁହାଣ ହୋଇପଡିଥିଲେ । ତାଙ୍କ ମାଢିରେ ମାଡ ବାଜିବା ସହ ଦାନ୍ତ ଭାଙ୍ଗିଯାଇଥିଲା। ତେବେ ଘଟଣାସ୍ଥଳରୁ କିଛି ସ୍ଥାନୀୟ ଲୋକ ତାଙ୍କୁ ପାଟଣାଗଡ ହସ୍ପିଟାଲକୁଆଣି ଚିକିତ୍ସା କରାଇଥିଲେ । ଗୁରୁତର ଆଘାତ ଲାଗିଥିବାରୁ ତାଙ୍କୁ ପ୍ରଥମେ ବଲାଙ୍ଗୀର ଓ ପରେ ବୁର୍ଲାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ବର୍ତ୍ତମାନ ତାଙ୍କୁ ଡାକ୍ତର କଥାବାର୍ତ୍ତା କରିବାକୁ ମଧ୍ୟ ମନା କରିଥିବା ବେଳେ ମୁଣ୍ଡ ଭେନରେ ଗୁରୁତର ଆଘାତ ହୋଇଥିବା କହିଛି ।

ସେପଟେ ଏନେଇ ପରିବାର ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ପାଟଣାଗଡ ପୋଲିସର ସମସ୍ତ କର୍ମଚାରୀଙ୍କ ସହ ଏସପିଙ୍କୁ ଦାୟୀ କରିଛନ୍ତି । ଏନେଇ ଆଇଆଇସିଙ୍କ ନାଁରେ ମାମଲା ରୁଜୁ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ତେବେ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ନ ନିଆଗଲେ ଆଗାମୀ ଦିନରେ ଆଇନର ଦ୍ବାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି ।

   Related Posts