ପୋଲିସ ଇନଫର୍ମର ସନ୍ଦେହରେ ବଣ୍ଡା ଯୁବକଙ୍କୁ ନିସ୍ତୁକ ପିଟିଲେ ନକ୍ସଲ

Published By : Prameya-News7 Bureau | September 24, 2019 IST

ମାଲକାନଗିରି ।୯: ମାଲକାନଗିରି ଜିଲ୍ଲା ଖୈରପୁଟ ବ୍ଲକ୍ ପୁଜାରିଗୁଡା ଗାଁର ଜଣେ ବଣ୍ଡା ଯୁବକଙ୍କୁ ନକ୍ସଲ ମାନେ ନିସ୍ତୁକ ପିଟିଥିବା ଅଭିଯୋଗ । ଭାସ୍କର କିର୍ଷାନି ନାମକ ଯୁବକ ଘରେ ଶୋଇଥିବା ବେଳେ ୧୦ ରୁ ୧୫ ଜଣ ନକ୍ସଲ ଗାଁରେ ଆସି ତାଙ୍କୁ ଡାକି ନେଇଥିଲେ । ପୋଲିସ ଇନଫର୍ମର ସନ୍ଦେହରେ ନକ୍ସଲ ମାନେ ଯୁବକଙ୍କୁ ନିର୍ଧୁମ ପିଟିଛନ୍ତି ।

{"id":161871}

ଜଙ୍ଗଲ ଭିତରେ ଯୁବକ ଜଣକ ଅଚେତ ଅବସ୍ଥାରେ ପଡିରହିଥିବା ବେଳେ ଗାଁ ଲୋକେ ଉଦ୍ଧାର କରି ଖୈରପୁଟ ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ତାଙ୍କ ଅବସ୍ଥା ଗୁରୁତର ରହିଥିବାରୁ ଜିଲ୍ଲା ସଦର ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ମାଲକାନଗିରି ସଦର ଡାକ୍ତରଖାନାରେ ଭାସ୍କର କିର୍ଷାନିଙ୍କ ଚିକିତ୍ସା ଚାଲିଛି । ଭାସ୍କରଙ୍କ ଦେହର ଅନେକ ହାଡ ଭାଙ୍ଗିଯାଇଥିବା ବେଳେ ମୁଣ୍ଡରେ ମଧ୍ୟ ଆଘାତ ଲାଗିଛି । ତେଣୁ ଆବଶ୍ୟକ ହେଲେ ତାଙ୍କୁ ଅଧିକା ଚିକିତ୍ସା ଲାଗି ବାହାରକୁ ମଧ୍ୟ ପଠାଯାଇ ପାରେ ବୋଲି ଡାକ୍ତର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.