Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଯୁବକଙ୍କୁ ମହଙ୍ଗା ପଡିଲା ପ୍ରେମ : କଙ୍ଗାରୁ କୋର୍ଟରେ ଯୁବକଙ୍କୁ ଉଲଗ୍ନ କରି ମାଡ ଅଭିଯୋଗ

28/08/2018 at 5:07 AM

କେନ୍ଦ୍ରାପଡା ୨୮|୮: ଯୁବକଙ୍କୁ ମହଙ୍ଗା ପଡିଲା ପ୍ରେମ । କଙ୍ଗାରୁ କୋର୍ଟରେ ଯୁବକଙ୍କୁ ଉଲଗ୍ନ କରି ମାଡ ମାରାଯାଇଥିବା ଅଭିଯୋଗ ହୋଇଛି । କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ୍ ତାଳଚୁଆ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଯୁବକଙ୍କୁ ସର୍ବସମ୍ମୁଖରେ ଉଲଗ୍ନ କରି ମାଡ ମରାଯାଇଛି । ତାଳଚୁଆ ସରପଞ୍ଚ ମାଡ ମାରିଥିବା ଅଭିଯୋଗ ହୋଇଛି । ମାଡ ମାରିବାର ଭିଡିଓ ଏବେ ଭାଇରାଲ୍ ହୋଇଛି । କ୍ଷତ ବିକ୍ଷତ ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି ରାଜନଗର ମେଡିକାଲରେ ଭର୍ତ୍ତି କରିଛି ପୋଲିସ ।
ଅଭିଯୋଗ ଅନୁସାରେ ରାଜନଗର ବ୍ଲକ୍ ଅନ୍ତର୍ଗତ ତାଳଚୁଆ ଗ୍ରାମର ଜଣେ ଯୁବକ ସେହି ଗ୍ରାମର ଏକ ନାବାଳିକାକୁ ଦୀର୍ଘଦିନରୁ ପ୍ରେମ କରି ଆସୁଥିଲେ । ଏହାକୁ ଝିଅ ଘର ଲୋକେ ବିରୋଧ କରିଥିଲେ। ଫଳରେ ଉଭୟ ଘରୁ ଲୁଚି ପଳାଇଥିଲେ । ପରେ ଘରଲୋକ ଖବର ପାଇ ଉଭୟଙ୍କୁ ଗାଁକୁ ଆଣିଥିଲେ । ଝିଅ ଘର ପକ୍ଷରୁ କୁହାଯିବା ପରେ ସମସ୍ୟାର ସମାଧାନ ପାଇଁ ଗତକାଲି ତାଳଚୁଆଁ ପଞ୍ଚାୟତ କାର୍ଯ୍ୟାଳୟରେ ଏକ ସଭା ଡକା ଯାଇଥିଲା। ସେଠାରେ ସରପଞ୍ଚ ତାଙ୍କୁ ଘରେ ପୁରାଇ ଉଲଗ୍ନ କରି କାଠ ଫାଳିଆରେ ମାଡ ମାରିଥିବା ଅଭିଯୋଗ ହୋଇଛି ।
ଏହି ମାଡ ମାରିବାର ଭିଡିଓ ଏବେ ଭାଇରାଲ ହୋଇଛି । ତେବେ ସଂପୃକ୍ତ ଯୁବକଙ୍କ ଅବସ୍ଥା ଗୁରୁତର ହେବାରୁ ପରିବାରଲୋକ ତାଙ୍କୁ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ତାଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ଜିଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ଅନ୍ୟପଟେ ସ୍ଥାନୀୟ ତାଳଚୁଆ ଗ୍ରାମର ସରପଚଂ ଏସବୁ ଘଟଣା ଘଟାଇଥିବାରୁ ଯୁବକଙ୍କ ଭାଇ ସରପଞ୍ଚଙ୍କ ନାଁରେ ରାଜନଗର ଥାନାରେ ଲିଖିତ ଅଭିଯୋଗ କରିବା ପରେ ରାଜନଗର ଥାନା ଅଧିକାରୀ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛନ୍ତି ।
ଅନ୍ୟପଟେ ସ୍ଥାନୀୟ ଅଞ୍ଚଳର ଜଣେ ଲୋକ ପ୍ରତିନିଧି ଏଭଳି ଘଟଣା ଘଟାଇ ଥିବାରୁ ଏହାକୁ ନିନ୍ଦା କରିବା ସହିତ ସରପଞ୍ଚଙ୍କ ଗିରଫ ଦାବିରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପ୍ରେମିକ ଏବଂ ପ୍ରେମିକାର ପରିବାର ପକ୍ଷରୁ ସରପଞ୍ଚ ନିରଞନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି ।

   Related Posts