ଦାଦାଗିରିରେ ଅତିଷ୍ଠ ହୋଇ ଜେଲ ଫେରନ୍ତା ଅଭିଯୁକ୍ତକୁ ପିଟିପିଟି ମାରିଦେଲେ ଗାଁଲୋକ

Published By : Prameya-News7 Bureau | August 17, 2018 IST

ଝାରସୁଗୁଡା ୧୭/୮ : ଝାରସୁଗୁଡା ଜିଲ୍ଲା ହିର୍ମା ପଞ୍ଚାୟତର ହରେକୃଷ୍ଣପୁରରେ ପୁର୍ବଶତ୍ରୁତା ସାଙ୍ଗକୁ ଅତିଶୟ ଦାଦାଗିରିରେ ଅତିଷ୍ଠ ହୋଇ ଜଣେ ଜେଲ ଫେରନ୍ତା ଅଭିଯୁକ୍ତକୁ ପିଟିପିଟି ମାରିଦେଲେ ଗାଁ ଲୋକ | ଗତରାତିରେ ହରେକୃଷ୍ଣପୁର ଗାଁର ବିଜୟ ଭୋଇକୁ ସାଙ୍ଗମାନେ ମଦପିଆଇବା ପରେ ପ୍ରଥମେ ବାଡିରେ ମୁଣ୍ଡକୁ ଆଘାତ କରି ଅଚେତ କରିବା ପରେ ତାକୁ ଟେକିନେଇ ଏକ ପରିତ୍ୟକ୍ତ କୁଅରେ ବୁଡାଇ ବୁଡାଇ ମାରିବା ପରେ ଚାଷଜମିରେ ମରଶରୀରକୁ ପକାଇ ଦେଇଥିଲେ | ରାତିପ୍ରାୟ ସାଢେ ବାରଟା ବେଳକୁ ବଡମାଳ ବିଜୟଭୋଇ ନିଖୋଜ ଥିବା ଏତଲା ପାଇ ଖୋଜାଖୋଜି କରିବା ପରେ ତାର ମୃତଦେହକୁ ଠାବ କରି ତାକୁ ହତ୍ୟା କରିଥିବା ଦୁଇ ଅଭିଯୁକ୍ତକୁ ଥାନାକୁ ଆଣିଥିଲା | ଆଜି ସକାଳୁ ସାଇଣ୍ଟିଫିକ ଟିମ୍ ସହ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରି ମ୍ରୁତ ବିଜୟର ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା | ଆଜି ଅପରାହ୍ନରେ ଅଭିଯୁକ୍ତ କୁମର ମୁଣ୍ଡା ଓ ଅଜୟ ବରିହାକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ | ମୃତ ବିଜୟ ଭୋଇ ପୁର୍ବରୁ ଦୁଇଟି ହତ୍ୟାକାଣ୍ଡ ଓ ଅନେକ ଚୋରୀ ମାମଲାରେ ଜେଲଯାଇଥିଲା ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି | ଦେଢବର୍ଷତଳେ ସେହି ଗାଁର ଜଣେ ବ୍ୟକ୍ତିର ବେକକୁ ଟାଙ୍ଗିଆରେ ହାଣି ହତ୍ୟା କରିବା ଅଭିଯୋଗରେ ଜେଲ ଯାଇ ମାସେ ତଳେ ଜାମିନରେ ବାହାରିଥିଲା ବିଜୟ ଭୋଇ |ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ, ଅତିଶୟ ଦାଦାଗିରିକୁ ଗାଁ ଲୋକେ ବରଦାସ୍ତ କରି ପାରିଲେନି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.