ଯୁବକଙ୍କୁ ପିଟି ପିଟି ହତ୍ୟା

Published By : Prameya-News7 Bureau | September 19, 2019 IST

ଭଦ୍ରକ ୧୯।୦୯ – ସାମାନ୍ୟ କଥାରୁ ଯୁବକଙ୍କୁ ପିଟି ପିଟି ହତ୍ୟା । ରାସ୍ତା ରେ ବାଲି ପଡିଥିଲା । ଆଉ ରାସ୍ତା ଉପରୁ ହଟାଇଦେବା ପାଇଁ କହି ଯାଇଥିଲେ ଗାଁ ଲୋକ । ସନ୍ଧ୍ୟା ବେଳ କୁ ସେ ବାଲି ଉଠାଇନଥିଲେ ।

କାହିଁ କି ରାସ୍ତା ରୁ ବାଲି ହଟାଇନଥିଲ ବୋଲି ପଚାରିଥିଲେ । ଠେଙ୍ଗା ଓ ରଡ ରେ ଚାରିଜଣ ଯୁବକ ପିଟି ପିଟି ମାରିଦେଲେ । ଘଟନା ଘଟିଛି ଭଦ୍ରକ ଜିଲ୍ଲା  ଗ୍ରାମାଞ୍ଚଳ ଥାନା ରାଉତରାଗଢିଆ ପାଟଣା ଗାଁ ରେ । ମୃତକ ହେଉଛନ୍ତି ବିଜୟ ବେହେରା । ଗୁରୁତର ଅବସ୍ଥାରେ ଘରଲୋକେ ଭଦ୍ରକ ମୁଖ୍ୟଡାକ୍ତରଖାନା କୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.