ନୀଳଗିରିରେ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ମାରିଦେଲେ ସଂପର୍କୀୟ

Published By : Prameya-News7 Bureau | November 24, 2018 IST

ବାଲେଶ୍ବର ୨୪|୧୧:  ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ମାରିଦେଲେ । ନୀଳଗିରି ବରହମପୁର ଥାନା ଅନ୍ତର୍ଗତ ନୂଆଗାଁରେ ଅଘଟଣ ଘଟିଛି । ମୃତକ ହେଲେ ଭାଲୁଆ କବାଟ । ସମ୍ପର୍କୀୟଙ୍କ ସଂଘବଦ୍ଧ ଆକ୍ରମଣ ଭାଲୁଆଙ୍କର ମୃତ୍ୟୁ ହୋଇଛି । ଗତକାଲି ରାତିରେ ସମ୍ପର୍କୀୟଙ୍କ ଠେଙ୍ଗା ମାଡରେ ଗୁରୁତର ହୋଇପଡିଥିଲେ ଭାଲୁଆ । ଗୁରୁତର ଅବସ୍ଥାରେ ତାଙ୍କୁ ବାଲେଶ୍ବର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଛି । ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.