ରାସ୍ତାରେ ଝିଅଙ୍କୁ କମେଣ୍ଟ ମାରିବା ପଡିଲା ମହାଙ୍ଗା; ଯୁବକଙ୍କୁ ଗଛରେ ବାନ୍ଧି ଜୋତାରେ ପିଟିଲେ ଯୁବତୀଙ୍କ ସମ୍ପର୍କୀୟ

Published By : Prameya-News7 Bureau | September 28, 2018 IST

ଭଣ୍ଡାରିପୋଖରୀ ୨୮/୯ : ରାସ୍ତାରେ ଝିଅଙ୍କୁ କମେଣ୍ଟ ମାରିବା ପଡିଲା ମହାଙ୍ଗା । କମେଣ୍ଟ ମାରିଥିବା ଯୁବକଙ୍କୁ ଗଛରେ ବାନ୍ଧି ଜୋତାରେ ପିଟିଲେ ଯୁବତୀଙ୍କ ସମ୍ପର୍କୀୟ । ଏମିତି ଘଟଣା ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଲାଙ୍ଗୁଡିରେ । ଲାଙ୍ଗୁଡି ଅଞ୍ଚଳର ଜଣେ ଯୁବତୀ ସାଙ୍ଗମାନଙ୍କ ସହ ଟିଉସନ ଯାଉଥିବା ବେଳେ ଅଭିଯୁକ୍ତ ଯୁବକ ଜଣକ ତାଙ୍କୁ ରାସ୍ତାରେ ଅଟକାଇ କମଣ୍ଟ କରିଥିଲେ । ଏ ସମ୍ପର୍କରେ ଯୁବତୀ ଜଣକ ତାଙ୍କ ସମ୍ପର୍କୀୟଙ୍କୁ ଫୋନ ଯୋଗେ ଜଣାଇଥିଲେ । ଯୁବତୀଙ୍କ ଘର ଲୋକେ ଯୁବକଙ୍କୁ କାବୁ କରି ଗଛରେ ବାନ୍ଧି ଦେଇଥିଲେ । ଏହା ପରେ ଜୋତାରେ ମାଡ ମାରିଥିଲେ । ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଘଟଣାସ୍ଥଳକୁ ଯାଇ ସମ୍ପୃକ୍ତ ଯୁବକକୁ ଉଦ୍ଧାର କରି ଘଟଣାର ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.